Latest Odisha News

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ କିଏ ସବୁଠୁ ଧନୀ ପ୍ରାର୍ଥୀ, ଦିଲ୍ଲୀପ ରାୟଙ୍କ ସମ୍ପତ୍ତି କେତେ?

ଭୁବନେଶ୍ୱର: ଓଡ଼ିଶାର ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାଥମିକ ପର୍ଯ୍ୟାୟ ମତଦାନ ପରେ ମେ’ ୨୦ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ୨୬୫ ଜଣ ପ୍ରାର୍ଥୀଙ୍କ ସତ୍ୟପାଠରୁ ପ୍ରାର୍ଥୀଙ୍କ ସମ୍ପତ୍ତି ଜଣାପଡ଼ିଛି। ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ବିଶ୍ଳେଷଣରୁ ଜଣାପଡିଛି ଯେ ୯୫ ଜଣ ପ୍ରାର୍ଥୀ (୩୬%) କୋଟିପତି।

ଏହି ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୩.୯୮ କୋଟି ରହିଛି। ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ରାଉରକେଲାର ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ।

  • ଦିଲ୍ଲୀପ ରାୟ (ବିଜେପି, ରାଉରକେଲା): ୩୧୩ କୋଟି
  • କଳିକେଶ ନାରାୟଣ ସିଂହଦେଓ (ବିଜେଡି, ବଲାଙ୍ଗୀର): ୭୩ କୋଟି
  • ନବୀନ ପଟ୍ଟନାୟକ (ବିଜେଡି, କଣ୍ଟାବାଞ୍ଜି): ୭୧ କୋଟି
  • ନବୀନ ପଟ୍ଟନାୟକ (ବିଜେଡି, ହିଞ୍ଜିଳି): ୭୧ କୋଟି
  • କନକ ବର୍ଦ୍ଧନ ସିଂହଦେଓ (ବିଜେପି, ପାଟଣାଗଡ): ୬୭ କୋଟି
  • ସରୋଜ କୁମାର ମେହେର (ବିଜେଡି, ପାଟଣାଗଡ): ୬୨ କୋଟି
  • ଦୀପାଳୀ ଦାସ (ବିଜେଡି, ଝାରସୁଗୁଡା): ୩୭ କୋଟି
  • ଭୀମସେନ ଚୌଧୁରୀ (ବିଜେଡି, ବଣାଇ): ୧୭ କୋଟି
  • ଅନିଲ ମେହେର (କଂଗ୍ରେସ, ପାଟଣାଗଡ): ୧୪ କୋଟି
  • ନକୁଳ ନାୟକ (କଂଗ୍ରେସ, ଦଶପଲ୍ଲା): ୧୪ କୋଟି

Comments are closed.