Latest Odisha News

ଆସନ୍ତା ଜୁନ ୧୦ରେ ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ:ବୈଜୟନ୍ତ

ବାଲେଶ୍ବର: ଓଡ଼ିଶାରେ ଏବେ ୨ ଜଣ ଏକାଠି ବୁଲୁଛନ୍ତି । ହେଲିକପ୍ଟରରେ କମେଡି ଭିଡିଓ ଛାଡୁଛନ୍ତି । ସଭା କଲେ ଲୋକ ହେଉନାହାଁନ୍ତି । ଲୁଚିଛପି ଏଆଇ, ଡିପଫେକ୍ ଭିଡିଓ କରୁଛନ୍ତି କହି ଆଜି ବାଲେଶ୍ବରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ରାଜ୍ୟସରକାରଙ୍କୁ କଟାକ୍ଷ କରିଛନ୍ତି ବୈଜୟନ୍ତ ।  ବାଲେଶ୍ବରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଛନ୍ତି ବିଜେପିର ୫ ହେଭିଓ୍ବେଟ ନେତା ।ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ମିଶି କାର୍ଯ୍ୟକର୍ତ୍ତାଙ୍କ ସହ ବଡ଼ ରଣନୀତି ନେଇ ଆଲୋଚନା କରିଛନ୍ତି ।

ବିଶାଳ ରାଲି କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଛନ୍ତି ୫ ବରିଷ୍ଠ ନେତା । ଏହି ଅବସରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ରାଜ୍ୟସରକାରଙ୍କ ଉପରେ ବର୍ଷିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି ଚଳିତ ନିର୍ବାଚନରେ ଓଡ଼ିଶାରେ ପ୍ରଥମଥର ପାଇଁ  ବିଜେପି ସରକାର ଗଢିବ । ଆସନ୍ତା ଜୁନ ୧୦ ତାରିଖରେ ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କେନ୍ଦ୍ରୀୟ ନେତୃତ୍ୱ ଆସିଲେ ବାତାବରଣ ଅଧିକ ଦୃଢ଼ୀଭୂତ ହେଉଛି ବୋଲି ବୈଜୟନ୍ତ କହିଛନ୍ତି । ବିଜେପିକୁ ସଫଳ କରିବାକୁ ଓଡ଼ିଶା ଜନତା ମନସ୍ଥ କରିସାରିଲେଣି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଗ୍ୟାରେଣ୍ଟି ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା  । ସେ କହିଛନ୍ତି ୨ ଥର ପଦ୍ମ ୨ଗୁଣା ବିକାଶ ।

ସେହିପରି ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି  । ସେ କହିଛନ୍ତି ‘ଓଡିଶାରେ ଲୋକ ମିଳିଳେନି ଯେ ଜଣେ ଭଡାଟିଆଙ୍କୁ ଆଣି ନେତା କରିଛନ୍ତି’, ‘ଆଉ ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ଅପମାନ କରୁଛନ୍ତି ନବୀନ ବାବୁ’ ।

ସେପଟେ  ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ ମଧ୍ୟ ରାଜ୍ୟସରକାରଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ‘ଓଡିଶାରେ ଆଉଟସୋର୍ସ ସରକାର ଚାଲିଛି । ନବୀନ ସରକାର ଆଉ ଜଣେ ଚଲାଉଛନ୍ତି ।

Comments are closed.