Latest Odisha News

ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ କହିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଆପ୍ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି। ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କ ସମର୍ଥନରେ ରାଜଧାନୀ ଦିଲ୍ଲୀରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ୱାୟନାଡ ସାଂସଦ କହିଛନ୍ତି, କେଜ୍ରିୱାଲ କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ଦେବେ ଏବଂ ସେ ଆପ ପ୍ରାର୍ଥୀ ସମର୍ଥନରେ ଭୋଟ୍ ଦେବେ। ରାଲିରେ ରାହୁଲ ଗାନ୍ଧୀ ଦିଲ୍ଲୀର ଚାନ୍ଦନୀଚୌକ ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ମଧ୍ୟ ଉନ୍ମୋଚନ କରିଥିଲେ।

ଦିଲ୍ଲୀରେ ସମସ୍ତ ସାତୋଟି ଲୋକସଭା ଆସନରେ କଂଗ୍ରେସ ଏବଂ ଆପର କର୍ମକର୍ତ୍ତାମାନେ ମିଳିତ ଭାବେ ମେଣ୍ଟ ନେତାଙ୍କୁ ବିଜୟ ସୁନିଶ୍ଚିତ କରିବା ଦିଗରେ କାମ କରିବାକୁ ରାହୁଲ ଅନୁରୋଧ କରିଛନ୍ତି। ନିଜ ଅଭିଭାଷଣରେ ରାହୁଲ ଗାନ୍ଧୀ ଦେଶର ଆଭିମୁଖ୍ୟ ପ୍ରସଙ୍ଗ ଉପରେ ବିତର୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ୭ ଲୋକସଭା ଆସନ ମଧ୍ୟରୁ  ୩ଟିରେ ଆପ୍ ପ୍ରାର୍ଥୀ ଦେଇଥିବା ବେଳେ ବାକି ୪ଟି ଆସନରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମେ ୨୫ରେ ରାଜଧାନୀରେ ମତଦାନ ହେବ ଏବଂ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ।

Comments are closed.