ସୁବର୍ଣ୍ଣପୁର: ଆଜି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଆରମ୍ଭ ହୋଇଛି। ଜିଲ୍ଲାର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୫)ରେ ମୋଟ ୨ ଲକ୍ଷ ୫୪ ହଜାର ୬୯୬ ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି । ତେବେ କେତେକ ମତଦାନ କେନ୍ଦ୍ରରେ ଇଭିଏମ୍ ମେସିନ୍ ଅଚଳ ହୋଇଯାଇଥିବାରୁ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
୩୧୯ ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ସେଥିମଧ୍ୟରେ ୮ଟି ସଖୀ ବୁଥ ରହିଛି। ସେହିପରି ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୪)ରେ ମୋଟ ୨ଲକ୍ଷ ୧୫ ହଜାର ୩୫୩ ଭୋଟର ଭୋଟ ଦେଉଛନ୍ତି । ଏଥିପାଇଁ ୨୬୭ ଟି ବୁଥ ହୋଇଥିବାବେଳେ ୫ ଟି ସଖୀ ବୁଥ ମତଦାନ ଚାଲିଛି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାରେ ଜିଲ୍ଲାରେ ଭୋଟ ଗ୍ରହଣ ଚଲିଛି। ଲୋକେ ଲମ୍ବା ଲାଇନରେ ଠିଆ ହୋଇ ତାଙ୍କର ମତଦାନ ସାବ୍ୟସ୍ତ କରୁଛନ୍ତି।
ଅନ୍ୟପଟେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ନିର୍ବାଚନ ମଣ୍ଡଳୀ ମେଣ୍ଡା ଗାଁ ୨୩୭ ନମ୍ବର ବୁଥରେ ଇଭିଏମ ଅଚଳ। ଏଭିଏମ ଅଚଳ ଯୋଗୁଁ ଭୋଟ ଦାନ ଆରମ୍ଭ ହୋଇପାରିନି । ଭୋଟଦାନ ପାଇଁ ଆସିଥିବା ଭୋଟର ହନ୍ତସନ୍ତ। ଭୋଟ ନଦେଇ ଭୋଟର ଫେରିଯାଉଥିବା ଦେଖିବାକୁ ମିଳିଛି। ଠିକ ସେହିପରି ସୋନପୁର ପୌରପାରିଷଦର ବୁଥ ନମ୍ବର ୯ ରେ ମଧ୍ୟ ଏଭିଏମ ଅଚଳ ଯୋଗୁଁ ମାତଦାନ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ସେହିପରି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଫୁଲା ଓ ସାଗଜୁରି (୧୭୮) ବୁଥରେ ଇଭିଏମ ଅଚଳ ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇପାରିନି ମତଦାନ।
ସେହିପରି ସୁନ୍ଦରଗଡ଼ ବିଧାନସଭା ଆସନର ସୁନ୍ଦରଗଡ଼ ପୌରାଞ୍ଚଳ ୱାର୍ଡ ନମ୍ବର ୧୮ ବୁଥ ନମ୍ବର ୨୩୫ରେ ଇଭିଏମ୍ ତ୍ରୁଟି ଯୋଗୁଁ ଭୋଟ ଦାନରେ ବିଲମ୍ୱ ହୋଇଛି। ଭୋଟର କେନ୍ଦ୍ର ବାହାରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକର କୁସଗୁମାରେ ଏଜେଣ୍ଟ ନ ବସାଇବାକୁ ନେଇ ଝଗଡା ହୋଇଛି। ଘଟଣାସ୍ଥଳରେ ଧରାକୋଟ ବିଡ଼ିଓ, ତହସିଲଦାର ଓ ଧରାକୋଟ ଆଇଆଇସି ପହଞ୍ଚି ଥିବା ବେଳେ ଗାଁ ଲୋକେ କେହି ଭୋଟ ଦେବେ ନାହିଁ ବୋଲି କହି ଭୋଟ କେନ୍ଦ୍ରରୁ ଫେରି ଯାଇଛନ୍ତି।
Comments are closed.