Latest Odisha News

BREAKING NEWS

ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀ-ଏସଓଜି ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ମାଓବାଦୀ ଓ ଏସଓଜି ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ସୁନାବେଡ଼ା ଅଭୟାରଣ୍ୟ ଚାଲିଥିବା ଗୁଳି ବିନିମୟରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୁମ୍ବିଂ ଅପରେସନ ଜାରି ରହିଥିବା ଜଣାପଡିଛି।

ସୂଚନା ଅନୁସାରେ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା କୋମନା ଥାନା ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ଜଣେ ଏସଓଜି ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ରାୟପୁରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯବାନଙ୍କ ତଣ୍ଟିରୁ ଗୁଳି କଢା ଯାଇନଥିବା ସୂଚନା ମିଳିଛି। ଏନେଇ ନୂଆପଡ଼ାଏସପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ଏବେବି ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି।

ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ମାଓବାଦୀମାନେ ଚଳପ୍ରଚଳ ହେଉଥିବା ପୋଲିସକୁ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଗତ ୧୮ ତାରିଖରେ ଦୁଇ ରାଜ୍ୟ ସୀମାନ୍ତ ଅଞ୍ଚଳକୁ ଏସଓଜି ଯବାନଙ୍କ ଟିମ ନକ୍ସଲ ବିରୋଧୀ କମ୍ବିଂ ଅପରେସନ ପାଇଁ ଯାଇଥିଲା। ଏହି ଯବାନମାନେ କୋମନା ଥାନା ଭାଓସିଲ, ଝରଲାଆମ, ଶିବନାରାୟଣପୁର ଅଞ୍ଚଳରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଦୁଇ ଦିନ ଧରି କମ୍ବିଂ ଅପରେସନ ଜାରି ରଖିଥିଲେ। ତେବେ ଗତ ମଧ୍ୟ ରାତିରେ ଏସଓଜି ଯବାନମାନେ ଶିବନାରାୟଣପୁର ଗାଁ ନିକଟ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଘଞ୍ଚ ଜଙ୍ଗଲରେ କମ୍ବିଂ ଅପରେସନ କରୁଥିଲେ। ଏହି ସମୟରେ ମାଓବାଦୀଙ୍କ ସହ ଯବାନମାନେ ମୁଁହାମୁହିଁ ହୋଇଥିଲେ। ଏବେ ବି ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଶିବନାରାୟଣପୁର ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି ।

Leave A Reply

Your email address will not be published.