ଭୁବନେଶ୍ୱର: ଘାସିପୁରା ନିର୍ବାଚନୀ ହିଂସାକୁ ନେଇ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜା ବିହାରୀ ଧଳଙ୍କ କଡ଼ା ଚେତାବନୀ। କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ସିଇଓ। ସେ କହିଛନ୍ତି ଯେ ହିଂସା ପ୍ରତି ଜିରୋ ଟଲେରାନ୍ସ ନୀତି ଗ୍ରହଣ କରାଯିବ।
ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ପୋଲିସ ଡିଜିଙ୍କ ସହ କଥା ହୋଇଛି । ସ୍ଥିତିକୁ ନିୟନ୍ତ୍ରଣ ଆଣିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି ସିଇଓ । ଏହାସହ ଆସ୍କା ନିର୍ବାଚନମଣ୍ଡଳୀରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ସିଇଓ । ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ନିର୍ବାଚନ ପୂର୍ବରୁ, ନିର୍ବାଚନ ସମୟରେ ଏବଂ ନିର୍ବାଚନ ପରେ କୌଣସି ପ୍ରକାର ହିଂସାକାଣ୍ଡ କିମ୍ବା ଗୁଣ୍ଡାଗର୍ଦ୍ଦିକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛନ୍ତି ସିଇଓ ।
ଘାସିପୁରା ଅଞ୍ଚଳରେ ରାଜନୈତିକ ହିଂସା ଲାଗି ଉକ୍ତ ଅଞ୍ଚଳରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି। ସୂଚନା ଥାଉକି ଗତକାଲି ଘସିପୁରାରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା । ବିଜେଡି କର୍ମୀ ତଥା ଶାସକ ଦଳର ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକମାନେ ଘସିପୁରାରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଚାର ଗାଡି ଯାଉଥିବା ବେଳେ ଗାଡି ଅଟକାଇଥିବାର ଅଭିଯୋଗ କରିଥିଲେ। ଏହାସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ମଧ୍ୟ ଦେଇଥିଲେ।

Comments are closed.