Latest Odisha News

BREAKING NEWS

କୋର୍ଟରେ କାନ୍ଦିଲେ ସ୍ବାତୀ, କହିଲେ ବିଭବଙ୍କ ଜାମିନ ମୋ ପାଇଁ ବିପଦ

ନୂଆଦିଲ୍ଲୀ: କୋର୍ଟରେ ଭାଙ୍ଗିପଡିଲେ ସ୍ବାତୀ ମାଲିଓ୍ବାଲ । ବିଚାରପତିଙ୍କ ଆଗରେ କାନ୍ଦିପକାଇଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହାୟକ ବିଭବ କୁମାରଙ୍କ ଓକିଲ କୋର୍ଟରେ ସ୍ୱାତିଙ୍କ ବିରୋଧରେ ସଙ୍ଗୀନ ଆରୋପ ଲଗାଇବା ପରେ କୋହ ସମ୍ଭାଳି ପାରିଲେନି ସ୍ବାତୀ । କହିଲେ ଯଦି ବିଭବ ଜାମିନରେ ଆସନ୍ତି ତାହେଲେ ମୋର ଓ ମୋର ପରିବାରର ଜୀବନ ପ୍ରତି ସଙ୍କଟ ମାଡିଆସିବ ।

ଆଜି ଦିଲ୍ଲୀ ହାଇକୋର୍ଟରେ ବିଭବଙ୍କ ଜାମିନ୍ ପାଇଁ ଶୁଣାଣି ଥିଲା । ବିଭବଙ୍କ ପକ୍ଷରୁ ତାଙ୍କ ଓକିଲ କହିଛନ୍ତି ଯେ, ସ୍ୱାତି ମିଥ୍ୟା ଆରୋପ ଲଗାଇ ବିଭବଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ସ୍ୱାତି ଭୁଲରେ ଭାବିଛନ୍ତି ଯେ ବିଭବଙ୍କ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରିନାହାନ୍ତି  ଏବଂ ଏହାର ପ୍ରତିଶୋଧ ସ୍ବରୂପ ବିଭବଙ୍କ ଉପରେ ଏଭଳି ଆରୋପ ଲଗାଇଛନ୍ତି  । ବିଭବଙ୍କ ଓକିଲ କହିଛନ୍ତି, ସ୍ୱାତି ଜାଣିଶୁଣି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ  ନିବାସର ଏକ ଏମିତି ସ୍ଥାନ ଘଟଣାସ୍ଥଳ ଭାବେ ବର୍ଣ୍ଣନା କରିଛନ୍ତି, ଯାହା ସିସିଟିଭି ପରିସରଭୁକ୍ତ ନୁହେଁ । “କେଜ୍ରିୱାଲଙ୍କ ଡ୍ରୟିଂଗ ରୁମରେ ସିସିଟିଭି ନଥିଲା ବୋଲି ସ୍ୱାତି ଭଲ ଭାବେ ଜାଣନ୍ତି । ସେଥିପାଇଁ ସ୍ୱାତି ସେହି ସ୍ଥାନକୁ ଘଟଣାସ୍ଥଳୀ ଭାବେ ବାଛିଲେ” । ସେ ଆହୁରି ମଧ୍ୟ କହିଛନ୍ତି ଯେ ମେ ୧୩ ଦିନ ସ୍ୱାତି ଯାହା କରିଛନ୍ତି ତାହା ବେଆଇନ୍ ମଧ୍ୟ । ‘କଣ କେହି ବି ନିଜ ଇଛାରେ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପଶିଯିବ’ବୋଲି ବିଭବଙ୍କ ଓକିଲ ପ୍ରଶ୍ନ କରିଛନ୍ତି ।  ଜଣେ ସାଂସଦ ହେଲେ ମଧ୍ୟ ସେ ବିନା ଅନୁମତିରେ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିପାରିବ ନାହିଁ । ମାଲିୱାଲ୍ ପୋଲିସ୍ ଏଫ୍ଆଇଆର୍ରେ ଥିବା ‘ବସ୍ତ୍ରହରଣ ହୋଇଥିବା’ ଆେରାପକୁ ମଧ୍ୟ ଭୁଲ୍ ସାବ୍ୟସ୍ତ କରିଛନ୍ତି ବିଭବଙ୍କ ଓକିଲ  । ସେ କହିଛନ୍ତି ଯେ ସ୍ୱାତିଙ୍କ ଅଭିଯୋଗରେ ଏପରି କିଛି କୁହାଯାଇନଥିଲା , ତେଣୁ ଏହି ଧାରା ବିଭବଙ୍କ ଉପରେ ଲାଗିବା ଯଥାର୍ଥ  ନୁହେଁ।

ବିଭବଙ୍କ ଓକିଲଙ୍କ ଏଭଳି ମନ୍ତବ୍ୟ ଶୁଣି କାନ୍ଦିପକାଥିଲେ ଆପ୍ ରାଜ୍ୟ ସଭା ସାଂସଦ ସ୍ୱାତି ମାଲିୱାଲ୍ । ଏହାପରେ ନିଜର ପକ୍ଷ ରଖି ସ୍ବାତୀ କହିଛନ୍ତି ଯେ, ଏଫଆଇଆରର ଦେବା ପରେ ତାଙ୍କୁ ବାରମ୍ବାର ବିଜେପି ଏଜେଣ୍ଟ ବୋଲି କୁହାଯାଉଛି। ଏମିତି କି ହତ୍ୟା ଓ ବଳତ୍କାରର ଧମକ ମଧ୍ୟ ଆସୁଛି  । ଏଭଳି ସ୍ଥିତିରେ ବିଭବଙ୍କୁ ଜାମିନ ମିଳିଲେ, ସ୍ୱାତି ଓ ତାଙ୍କ ପରିବାରଙ୍କ ଜୀବନ ସଙ୍କଟ ପଡ଼ିପାରେ । କାରଣ ବିଭବଙ୍କ ତରଫରୁ ଏନେଇ ତାଙ୍କୁ ଅନେକ ଧମକ ମିଳିଛି ବୋଲି ସ୍ବାତି ଅଭିଯୋଗ କରିଛନ୍ତି ।

ସ୍ୱାତି କହିଛନ୍ତି, ” ଆପର ଏକ ଟ୍ରୋଲ୍ ବାହିନୀ ଅଛି। ଏଥିରେ ପୂରା ପାର୍ଟିର ସଦସ୍ୟ ନିୟୋଜିତ ହୋଇଛନ୍ତି । ମୋ ବିରୋଧରେ ଲଗାତାର ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ କରୁଛନ୍ତି। ନିଜ ବୟାନରେ ଜଣେ ୟୁଟ୍ୟୁବରଙ୍କ ଉପରେ ମଧ୍ୟ ଆରୋପ ଲଗାଇଛନ୍ତି ସ୍ବାତୀ । ସେ କହିଛନ୍ତି “ଜଣେ ୟୁଟ୍ୟୁବର୍, ଯିଏ ମୋ ପ୍ରସଙ୍ଗ ନେଇ ଏକପାଖିଆ ଭିଡିଓ କରିଥିଲେ। ଏହା ଭାଇରାଲ ହେବା ପରେ ମୋତେ ଲଗାତାର ହତ୍ୟା ଓ ବଳାତ୍କାର ଧମକ ଆସୁଛି ।

ସୂଚନାଯୋଗ୍ୟ ନିକଟ ଅତୀତରେ ସ୍ୱାତୀ ମାଲିୱାଲ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାରଙ୍କ ନାଁରେ ଏଫ୍ଆଇଆର୍ ଦେଇଥିଲେ । ମେ ୧୩ ତାରିଖରେ ବିଭବ କୁମାର ସିଏମଙ୍କ ବାସଭବନରେ, ସ୍ବାତୀଙ୍କ ସହିତ ଅତ୍ୟନ୍ତ ଦୁର୍ବ୍ୟବହାର କରିଥିଲେ ।

Comments are closed.