Latest Odisha News

BREAKING NEWS

‘ଓଡିଶାରେ କେବଳ ଗୋଟିଏ ଟିମ୍‌ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ଟିମ୍‌’

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ପାଟକୁରାରୁ ନବୀନ ସରକାରଙ୍କ ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ବିଶ୍ବଶର୍ମା କହିଛନ୍ତି ଯେ, ଓଡ଼ିଶାର ହାଲତ ଏବେ କ’ଣ ଅଛି ତାହା ସମସ୍ତେ ଦେଖିପାରୁଥିବେ । ଓଡିଶା କୁ ଯଦି ଭଲ ସରକାର ମିଳେ, ତେବେ ରାଜ୍ୟ ୧ ନମ୍ବର ହୋଇପାରିବ । ଓଡ଼ିଶାରେ ଥିବା ଶିଳ୍ପରେ ରୋଜଗାର ନମିଳିବାରୁ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ଯୁବକ ମାନେ ।

ରାଜ୍ୟରେ ୧ ଲକ୍ଷ ଚାକିରି ଖାଲିପଡ଼ିଛି । ନବୀନ ବାବୁ ଚାହିଁଥିଲେ, ୧ ବର୍ଷରେ ୧ ଲକ୍ଷ ଚାକିରି ଦେଇପାରିଥାନ୍ତେ ହେଲେ ସେ ଏପରି କଲେ ନାହିଁ । ଯଦି ଓଡ଼ିଶାରେ ବିଜେପି ସରକାର ଆସେ ତେବେ ପ୍ରଥମ ବର୍ଷ ୧ ଲକ୍ଷ ଚାକିରି ମିଳିବ । ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ଦୃଢତାର ସହ କହିଛନ୍ତି ହିମନ୍ତ ବିଶ୍ବଶର୍ମା ।

୫-ଟି ସମ୍ପର୍କରେ ବିଶ୍ୱଶର୍ମା କହିଛନ୍ତି, ଓଡ଼ିଶାରେ କୌଣସି ଟିମ୍‌ ୱାର୍କ ଅଛି କି? ଏଠାରେ କେବଳ ଗୋଟିଏ ଟିମ୍‌ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ଟିମ୍‌ । ଏଠି ଗୋଟିଏ ଟି ଅଛି । ସେହି ଟି’ର ନାଁ ତାମିଲନାଡୁ ।

ସେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କଥା ଉଠାଇ କହିଛନ୍ତି ଯେ, ମୋର ବିଶ୍ୱାସ ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି । ପାତାଳରେ ଲୁଚାଇ ରଖିଥିଲେ ମଧ୍ୟ ବିଜେପି ଚାବି କୁ ଖୋଜି ଆଣିବ । ୪ ଜୁନ୍‌ ପୂର୍ବରୁ ରତ୍ନଭଣ୍ଡାର ଚାବି ହାଇକୋର୍ଟରେ ଦେଇଦିଅନ୍ତୁ । ନହେଲେ ଆପଣଙ୍କ ହିସାବ ଆମେ ବରାବର କରିଦେବୁ ବୋଲି ବିଶ୍ୱଶର୍ମା କହିଛନ୍ତି ।

Comments are closed.