Latest Odisha News

ଆଜିଠାରୁ ଦୁଇ ଦିନିଆ ଧ୍ୟାନରେ ବସିବେ ମୋଦୀ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ କରିବା ପରେ ଆଜିଠାରୁ ଦୁଇ ଦିନିଆ ଧ୍ୟାନରେ ବସିବେ ମୋଦୀ । କନ୍ୟାକୁମାରୀର ସ୍ବାମୀ ବିବେକାନନ୍ଦ ଧ୍ୟାନ ମଣ୍ଡପରେ ଧ୍ୟାନରେ ବସିବେ ମୋଦୀ । ଜୁନ୍ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରେ ଧ୍ୟାନ କରିବେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଆଗମନ ଏବଂ ତାଙ୍କର କାର୍ଯ୍ୟକ୍ରମକୁ ସୃଷ୍ଟିରେ ରଖି ସେଠାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୋଦୀଙ୍କ ଧ୍ୟାନ ସମୟରେ କଡା ନଜର ରଖିବା ପାଇଁ ପ୍ରାୟ ୨ ହଜାର ପୋଲିସ କର୍ମଚାରୀ ଏବଂ ସୁରକ୍ଷା ଏଜେନ୍ସି ନିୟୋଜିତ ହୋଇଛନ୍ତି ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସନ୍ଧ୍ୟାରୁ ଜୁନ୍ ୧ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନ କରିବେ। ଏହି ଦୁଇ ଦିନ ପାଇଁ ପର୍ଯ୍ୟଟକମାନଙ୍କୁ ସମୁଦ୍ର କୂଳକୁ ଯିବାକୁ ବାରଣ କରାଯାଇଛି । ଆଜିଠାରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରକୂଳ ବନ୍ଦ ରହିବ ଏବଂ ଘରୋଇ ଡଙ୍ଗା ଚାଳନା ମଧ୍ୟ ବନ୍ଦ ରହିବ । ହେଲିକପ୍ଟର ଯୋଗେ ପିଏମ ମୋଦୀ ସେଠାରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଥିରୁଅନନ୍ତପୁରମରେ ପହଞ୍ଚିବେ ଏବଂ ସେଠାରୁ ଏମଆଇ-୧୭ ହେଲିକପ୍ଟରରେ କନ୍ୟାକୁମାରୀ ଯିବେ। ସେଠାରେ ସେ ସୂର୍ଯ୍ୟାସ୍ତ ଦେଖିବେ ଏବଂ ପରେ ଧ୍ୟାନରେ ବସିବେ | ସେ ଜୁନ୍ ୧ ଅପରାହ୍ନ ୩.୩୦ରେ କନ୍ୟାକୁମାରୀରୁ ଫେରିବେ ମୋଦୀ ।

ସୂଚନାଯୋଗ୍ୟ ଯେ, କନ୍ୟାକୁମାରୀର ସ୍ବାମୀ ବିବେକାନନ୍ଦୀ ସ୍ମାରକୀ ସ୍ଥଳର ଏକ ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି। କାରଣ ଏଠାରେ ଧ୍ୟାନ କରିବା ପରେ ବିବେକାନନ୍ଦଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଥିଲା ବୋଲି କୁହାଯାଏ। ବିବେକାନନ୍ଦ ସାରା ଦେଶ ଭ୍ରମଣ କରିବା ପରେ ଏହି ସ୍ମାରକୀ ସ୍ଥଳରେ ତିନିଦିନ ଧରି ଧ୍ୟାନ କରିଥିଲେ। ଏହା ପୂର୍ବରୁ ୨୦୧୪ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଶିବାଜୀ ମହାରାଜଙ୍କ ପ୍ରତାପଗଡ଼ ଦୁର୍ଗରେ ଧ୍ୟାନସ୍ଥ ହୋଇଥିଲେ। ୨୦୧୯ରେ ନିର୍ବାଚନ ପ୍ରଚାର ଶେଷ ହେବା ପରେ କେଦାରନାଥରେ ଧ୍ୟାନସ୍ଥ ହୋଇଥିଲେ।

Comments are closed.