Latest Odisha News

ଏକଜିଟ୍ ପୋଲ୍: ପଶ୍ଚିମବଙ୍ଗରେ ଏଥର କିଏ କରିବ ଖେଲା, ନିଦ ହଜିବ ଟିଏମସିର?

କୋଲକାତା: ପଶ୍ଚିମବଙ୍ଗରେ ୪୨ ଜଣ ସାଂସଦ ଚୟନ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଟିଏମସି, ବିଜେପି ଏବଂ ବାମପନ୍ଥୀ-କଂଗ୍ରେସ ମେଣ୍ଟ ମଧ୍ୟରେ ଜୋରଦାର ଲଢେଇ ହୋଇଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ୨୦୨୧ ବିଧାନସଭା ନିର୍ବାଚନରେ ନିଜର ସଫଳତାର ପୁନରାବୃତ୍ତି କରିବା ସହ ୨୦୧୯ ଲୋକସଭା ଫଳାଫଳକୁ ବଦଳାଇବାକୁ ଲକ୍ଷ୍ୟ ରଖିଛି। ଯେଉଁ ସମୟରେ କି ଭାରତୀୟ ଜନତା ପାର୍ଟି (ବିଜେପି) ୧୮ଟି ଆସନ ହାସଲ କରିଥିଲା।

ଟୁଡେ ଚାଣକ୍ୟ ଅନୁଯାୟୀ ଏନଡିଏ ରାଜ୍ୟରେ ପ୍ରାୟ ୪୪% ଭୋଟ୍ ପାଇ ୨୪ଟି ଆସନ ହାସଲ କରିବ ବୋଲି ଆକଳନ କରାଯାଇଥିବା ବେଳେ ଟିଏମସି ପ୍ରାୟ ୪୧% ଭୋଟ୍ ପାଇ ୧୭ଟି ଆସନ ରେ ବିଜୟୀ ହେବ ବୋଲି ଆକଳନ କରାଯାଇଛି।

ରିପବ୍ଲିକ ଟିଭି-ମାଟ୍ରିଜ୍ ଅନୁଯାୟୀ, ବିଜେପିକୁ ୨୧-୨୫ ଏବଂ ତୃଣମୂଳ କଂଗ୍ରେସକୁ ୧୬-୨୧ ଆସନ ମିଳିବ ବୋଲି ଆକଳନ କରାଯାଇଥିବାବେଳେ ତୃଣମୂଳ କଂଗ୍ରେସ ଠାରୁ ବିଜେପିକୁ ଫାଇଦା ହେବ ବୋଲି ଆକଳନ କରାଯାଇଛି।

ଇଣ୍ଡିଆ ଟିଭି-ସିଏନଏକ୍ସ ଏକଜିଟ୍ ପୋଲ ଅନୁଯାୟୀ ରାଜ୍ୟରେ ବିଜେପିକୁ ୨୨ରୁ ୨୬ ଟି ଆସନ ମିଳିବ ଏବଂ ଟିଏମସିକୁ ପ୍ରାୟ ୧୪-୧୮ଟି ଆସନ ମିଳିବ।

‘ଜନ କି ବାତ୍’ର ସର୍ଭେ ଅନୁଯାୟୀ ବିଜେପି ୨୧ରୁ ୨୬ଟି ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଇଥିବା ବେଳେ ତୃଣମୂଳ କଂଗ୍ରେସ ୧୬ରୁ ୧୮ଟି ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଇଛି।

ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆ ଅନୁଯାୟୀ ଚଳିତ ବର୍ଷ ବିଜେପିକୁ ୨୬ରୁ ୩୧ ଖଣ୍ଡ ଭୋଟ୍ ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ଟିଏମସିକୁ ଏଥର ମାତ୍ର ୪୦ ପ୍ରତିଶତ ଭୋଟ୍ ମିଳିବ ବୋଲି ଆକଳନ କରାଯାଇଛି।

Comments are closed.