Latest Odisha News

BREAKING NEWS

ଚିକିତ୍ସା କରୁଥିବା ବେଳେ ଡାକ୍ତରଙ୍କୁ ଉଠେଇନେଲେ!

ମାଲକାନଗିରି: କାର୍ଯ୍ୟରତ ଅବସ୍ଥାରେ ମେଡିକାଲରୁ ଗାଏବ ହେଲେ ଡାକ୍ତର । ବିଳମ୍ବିତ ରାତିରେ ମାଓବାଦୀ ଉଠାଇନେଇଥିବା ଅଭିଯୋଗ । ଏଭଳି କିଛି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳାରେ । ଡାକ୍ତଖାନାରେ କାର୍ଯ୍ୟରତ ଡାକ୍ତର ଅମ୍ଳାନ କୁମାରଙ୍କୁ ମାଓବାଦୀ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏନେଇ ମାଓବାଦୀମାନେ ସରକାରୀ କ୍ଵାଟରରେ, ସିପିଆଇ ମାଓବାଦୀ ବୋଲି ଲେଖାଥିବା ଏକ ଚିଠି ଛାଡ଼ି ଯାଇଥିବାର ସୂଚନା ମିକିଛି। ସରକାରୀ କ୍ଵାଟର ଭିତରେ ଡାକ୍ତରଙ୍କ ମୋବଇଲ ଓ ଘର ବାହାରେ ବାଇକ ରହିଥିବାର ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଜଣେ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଙ୍କ ସହ କିଛି ଲୋକଙ୍କ କଥା କଟାକଟି ହୋଇଥିଲା। ଯାହାକୁ କେନ୍ଦ୍ର କରି ଏଭଳି ଡାକ୍ତରଙ୍କୁ ଅପହରଣ କରାଯାଇଥିବାର ସନ୍ଦେହ କରାଯାଉଛି। ଅନ୍ୟପଟେ ଏହାକୁ ନେଇ ଏସଡିପିଓ ସଚିନ ପଟେଲ ଡାକ୍ତରଖାନାକୁ ଆସି ତଦନ୍ତ ଆରମ୍ଭ କରିବା ସହିତ ଚିଠିଟିକୁ ଜବତ କରିଛନ୍ତି। ବାସ୍ତବରେ ଡାକ୍ତରଙ୍କୁ ମାଓବାଦୀ ନାଁ କେହି ଦୁର୍ବୃତ୍ତ ଅପହରଣ କରିଛି ସେନେଇ ସତ୍ୟତା ଜଣାପଡିନାହିଁ ।

Comments are closed.