ନୂଆଦିଲ୍ଲୀ: ଅମୂଲ ପରେ ପରେ ବର୍ତ୍ତମାନ ମଦର୍ ଡେରିର ଦର ବୃଦ୍ଧି ପାଇଛି। ନିର୍ବାଚନ ଫଳ ଘୋଷଣା ହେବ ପୂର୍ବରୁ କ୍ଷୀରର ଦର ବୃଦ୍ଧି ପାଇଛି। ଲିଟରକୁ ୨ଟଙ୍କା ବଢ଼ିଛି କ୍ଷୀରର ଦର। ତେବେ ଗତ ୧୫ ମାସ ମଧ୍ୟରେ ସମସ୍ତ ଜିନିଷର ଦର ଦାମ ବୃଦ୍ଧି ପାଇଛି। ସେସବୁକୁ ଦେଖିଲେ ଦୁଗ୍ଧ ଉତ୍ପାଦନର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ତେଣୁ ଦୁଗ୍ଧର ଦର ବୃଦ୍ଧି କରାଯାଇଛି।
ଆଜି ଠାରୁ ଦୁଗ୍ଧର ଏହି ନୁତନ ଦର ଲାଗୁ କରାଯାଇଛି। ରାଜଧାନୀ ଦିଲ୍ଲୀ ସମେତ ଅନ୍ୟାନ୍ୟ ସହରରେ ମଧ୍ୟ ଏହି ନୂତନ ଦର ଲାଗୁ କରାଯାଇଛି। ଦୁଗ୍ଧ ଉତ୍ପାଦନର ସବୁଠାରୁ ବଡ଼ ବ୍ରାଣ୍ଡ ଅମୂଲ ମଧ୍ୟ ଗତକାଲି ତାର ଦର ଦାମ ବୃଦ୍ଧି ନେଇ ଘୋଷଣା କରିଛି।
ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ ସମସ୍ତ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ନିଜର ଦର ବୃଦ୍ଧି କରିବାରେ ଲାଗିଛନ୍ତି। ନୁଆଦର ଅନୁସାରେ ବର୍ତ୍ତମାନ ଦିଲ୍ଲୀ ଏନସିଆରରେ ମଦର୍ ଡେରିର ମୂଲ୍ୟ ଲିଟର ପ୍ରତି ୬୮ଟଙ୍କା ହୋଇଛି। କହିରଖୁଚୁ ଯେ, ମଦର୍ ଡେରି ଦିଲ୍ଲୀ ଏନସିଆରରେ ପ୍ରତିଦିନ ପ୍ରାୟ ୩୫ ଲକ୍ଷ୍ୟରୁ ଅଧିକ ଲିଟର ଦୁଗ୍ଧ ବିକ୍ରି କରିଥାଏ। ତେବେ କମ୍ପାନୀ ଶେଷଥର ପାଇଁ ୨୦୨୩ ଫେବୃଆରୀରେ ଦୁଗ୍ଧ ଦର ହ୍ରାସ କରିଥିଲା।
Comments are closed.