Latest Odisha News

ପରାଜୟ ପାଇଁ ନିଜକୁ ଦାୟୀ କଲେ ଦେବେନ୍ଦ୍ର ଫଡନଭିସ୍; କହିଲେ, ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବି

ମୁମ୍ବାଇ: ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପିର ଶୋଚନୀୟ ପରାଜୟ ଦେଖିବାକୁ ମିଳିଛି । ଆଉ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଏହା ସହ ଦଳର ମୁଖ୍ୟ ଙ୍କୁ କହିଛନ୍ତି ଯେ, ତାଙ୍କୁ ସରକାରୀ ଦାୟିତ୍ୱରୁ ମୁକ୍ତ କରନ୍ତୁ ଏବଂ ସେ ତାଙ୍କ ପଦରୁ ଇସ୍ତଫା ଦେଇଦେବେ ବୋଲି କହିଛନ୍ତି ।

କହିରଖୁଛୁ ଯେ, ୪୮ ଲୋକସଭା ଆସନ ବିଶିଷ୍ଠ ମହାରାଷ୍ଟ୍ରରେ ୨୦୧୯ରେ ତାଙ୍କ ଦଳ ୨୩ ଟି ଆସନରେ ଜିତିଥିବାବେଳେ ଏଥର ଏହା କିନ୍ତୁ ୯ରେ ସୀମିତ ରହିଛି । ସେହିପରି ଶରଦ ପାୱାର ୮ଟି ରେ ଓ କଂଗ୍ରେସ ୧୩ଟି ସ୍ଥାନରେ ବାଜିମାତ କରିଛି ।

ଦଳ ଖରାପ ପ୍ରଦର୍ଶନ କରିଥିବାରୁ ଯାହାକୁ ନେଇ ଦେବେନ୍ଦ୍ର ଫଡନଭିସ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅନୁରୋଧ କରିଛନ୍ତି କି, ମହାରାଷ୍ଟ୍ର ସରକାରରେ ମୋତେ ଯେଉଁ ପଦ ମିଳିଛି ସେଥିରୁ ମୋତେ ମୁକ୍ତ କରାଯାଉ । ମୁଁ ଦଳ ପାଇଁ ବାହାରେ ରହି କାମ କରିବି ବୋଲି ସେ କହିଛନ୍ତି ।

Comments are closed.