ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସ୍ଥିତ ନୂଆପଡା ନିକଟରେ ବୁଧବାର ଦିନ ଏକ ସ୍କୁଲ୍ ଭ୍ୟାନ୍ ରାସ୍ତାକଡରେ ଥିବା ପୋଖରୀକୁ ପଶିଯିବା ଫଳରେ ଜଣେ ଛାତ୍ରୀ ଆହତ ହୋଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ ଏକ ସ୍କୁଲ ଭ୍ୟାନ୍ ପ୍ରାୟ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନୂଆପଡା ସ୍ଥିତ ମାର୍ଗଦର୍ଶୀ ସ୍କୁଲକୁ ନେଇଯାଉଥିବା ବେଳେ କୌଣସି କାରଣବଶତଃ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ରାସ୍ତା କଡରେ ଥିବା ପୋଖରୀ ମଧ୍ୟକୁ ଓଲଟି ପଡିଯାଇଥିଲା ।
ସଙ୍ଗେସଙ୍ଗେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ପରେ ଆହତ ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ନୂଆପଡା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସମ୍ପୃକ୍ତ ଛାତ୍ରୀଙ୍କୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।
ତେବେ ଅନ୍ୟ ଛାତ୍ରଛାତ୍ରୀମାନେ ଆହତ ହୋଇନଥିବା ନେଇ ସୁତ୍ରରୁ ପ୍ରକାଶ ।
Comments are closed.