Latest Odisha News

BREAKING NEWS

କିପରି ‘ଅଡ଼ିଓ ଟିପ୍ସ’ରୁ ଚାଷ ଜାଣି ଚାରିଗୁଣା ଆୟ ବୃଦ୍ଧି କରିପାରିଲେ ଏହି ଚାଷୀ, ଜାଣନ୍ତୁ…

ଦେବଗଡ଼: ଦେବେନ୍ଦ୍ର କୁମାର ଧଳ, ଏ ହେଉଛନ୍ତି ଦେବଗଡ଼ ଜିଲ୍ଲାର ଏବେ ଅଧିକ ଆୟ କରୁଥିବା ଜଣେ ସଫଳ ଚାଷୀ । ଏହି ସଫଳ ଚାଷୀ ଜଣକ ତାଙ୍କର ଥିବା ମାତ୍ର ୪ ଏକର ଚାଷଜମିରୁ ଚଳିତ ବର୍ଷ ୨ ଲକ୍ଷ ଟଙ୍କାରୁ ଅଧିକ ଆୟ କରିବା ନିଶ୍ଚିତ ହୋଇଥିବା ଜାଣି ଏବେ ସେ ବେଶ୍ ଖୁସି ଅଛନ୍ତି ।

ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଲା ନିକଟସ୍ଥ ଖିଲେଇ ଗ୍ରାମର ବାସିନ୍ଦା ହେଲେ ସଫଳ ଚାଷୀ ଦେବେନ୍ଦ୍ର, ତାଙ୍କ ଚାଷରେ ସେ ଏବେ ଅଧିକ ଆୟ କରିପାରିବେ ବୋଲି କହି ବେଶ୍ ଆନନ୍ଦ ଅନୁଭବ କରୁଛନ୍ତି ।

“ବିଗତ ବର୍ଷ ଗୁଡ଼ିକ ଅପେକ୍ଷା ଚଳିତ ବର୍ଷ ମୁଁ ମୋ ଚାଷଜମିରୁ ଯଥେଷ୍ଟ ଅଧିକ ଅମଳ କରିପାରିବି, ଏହା ନିଶ୍ଚିତ । ଏହି ଲାଭାଂଶରୁ ମୁଁ ପୁଅର ପାଠପଢା ଖର୍ଚ୍ଚ ବହନ କରିବା ସହିତ ଜମି ପାଖରେ ଆଉ ଏକ ପୋଖରୀଟିଏ କରିବି ବୋଲି ସ୍ଥିର କରିଛ,” ବୋଲି କହିଛନ୍ତି ଦେବେନ୍ଦ୍ର ।

ଚାଷ କାର୍ଯ୍ୟରେ ଏହି ସଫଳତାର ସମସ୍ତ ଶ୍ରେୟ ‘ରିଲାଏନ୍ସ ଫାଉଣ୍ଡେସନ’କୁ ଦେଇଛନ୍ତି ସଫଳ ଚାଷୀ ଦେବେନ୍ଦ୍ର । ରିଲାଏନ୍ସ ଫାଉଣ୍ଡେସନର ସୁପରାମର୍ଶ ଗ୍ରହଣ କରିବା ପରେ ସେ ତାଙ୍କ ଚାଷର ଅମଳ ବୃଦ୍ଧି କରିପାରିବା ସହିତ ଆୟ ବୃଦ୍ଧି ହୋଇଥିବା ସ୍ୱୀକାର କରିଛନ୍ତି ଦେବେନ୍ଦ୍ର ।

“ପୂର୍ବରୁ ମୁଁ ୨ ଏକର ଜମିରେ ଧାନଚାଷ କରୁଥିଲି । ସେଥିରେ ୫ଟି ଲିଚୁ ଗଛ ମଧ୍ୟ ଲଗାଇଥିଲି । ଖାଲି ସେତିକି ନୁହେଁ ୨ଟି ଲେମ୍ବୁ ଗଛ ମଧ୍ୟ ରୋପଣ କରିଥିଲି । ଏଥି ସହିତ ୩୦ଟି କଦଳୀ ଗଛ, ୩୦ ଲଙ୍କା ଏବଂ ୨୦ଟି ଆମ୍ବ ଗଛ ଲଗାଇଥିଲି । ଏହି ସବୁ ଗଛ ଗୁଡ଼ିକୁ ଗୋଟିଏ ଏକର ଜମିରେ ଲଗାଇଲି । ପରିଶେଷରେ ମୁଁ ଅବଶିଷ୍ଟ ଗୋଟିଏ ଏକର ଜମିରେ ୨ଟି ପୋଖରୀ ଖୋଳିଥିଲି,” ବୋଲି ଦେବେନ୍ଦ୍ର କହିଛନ୍ତି ।
“ଏହିସବୁ ଚାଷ କିମ୍ବା ପୋଖରୀ ଖୋଳା ମୋ ନିଜ ବୁଦ୍ଧି ମୁତାବକ କରିଥିଲି । ଦିନେ ମୁଁ ଓଡ଼ିଆ ଖବରକାଗଜରେ ରିଲାଏନ୍ସ ଫାଉଣ୍ଡେସନ ବିଷୟରେ ଜାଣିବାକୁ ପାଇଲି । ତେବେ ମୁଁ ମାସକ ପରେ ଅର୍ଥାତ ଜୁଲାଇ ୨୫ ତାରିଖରେ ସେମାନଙ୍କ ସହିତ ଯୋଗାଯୋଗ କଲି । ଫାଉଣ୍ଡେସନ ପକ୍ଷରୁ ମାଛଚାଷ ସମ୍ପର୍କରେ ଏକ ଜିଲ୍ଲାସ୍ତରୀୟ ମିଟିଂରେ ମୁଁ ଯୋଗଦେଲି । ସେଠାରେ ଏକ ମଲଟି ଅଡ଼ିଓ ଟିପ୍ସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ମଧ୍ୟ କରିଥିଲି,” ବୋଲି ଦେବେନ୍ଦ୍ର କହନ୍ତି ।

“ଏହି କନଫରେନ୍ସରେ ମୁଁ ଚିଙ୍ଗୁଡ଼ି ଚାଷ ଏବଂ ମତ୍ସ୍ୟଚାଷ ସମ୍ପର୍କରେ ଅନେକ ସୁପରାମର୍ଶ ତଥା ଅନେକ କଥା ଜ୍ଞାନ ଆହରଣ କରିପାରିଲି । ସେହି ଅନୁସାରେ ମୁଁ ଚାଷ କରିବା ଆରମ୍ଭ କଲି । ପୂର୍ବାପେକ୍ଷା ଏବେ ମୁଁ ଅଧିକ ଅମଳ କରିପାରୁଛି । ଖାଲିସେତିକି ନୁହେଁ ପୋଖରୀରେ ଚିଙ୍ଗୁଡ଼ି ଏବଂ ମାଛ ମାନେ କିପରି ଶିଘ୍ର ବଢିଯିବେ ତାହା ବିଷୟରେ ମଧ୍ୟ ଅବଗତ ହୋଇପାରିଛି ।” ଏହା କହିଛନ୍ତି ଦେବେନ୍ଦ୍ର ।

“ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ଅନ୍ୟ ଏକ ଅଡ଼ିଓ ଟିପ୍ସ କାର୍ଯ୍ୟକ୍ରମରେ ମୁଁ ସାରର ପ୍ରୟୋଗ ତଥା ଜଳ ସଂରକ୍ଷଣ ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିପାରିଲି,” ଏହା କହିଛନ୍ତି ଦେବଗଡ଼ର ସଫଳ ଚାଷୀ ଦେବେନ୍ଦ୍ର ଧଳ ।

“ଚାଷଜମିରେ ମୁଁ ମାତ୍ର ଏକଲକ୍ଷ ଟଙ୍କା ବିନିଯୋଗ କରିଥିବା ବେଳେ ମୁଁ ୩ ଲକ୍ଷ ଟଙ୍କା ଆୟ କରିବି ବୋଲି ନିଶ୍ଚିତ ରହିଛି । ମୁଁ ରିଲାଏନ୍ସ ଫାଉଣ୍ଡେସନକୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୁପରାମର୍ଶ ଗ୍ରହଣ କରି ଚାଷ କରିବା ଫଳରେ ମୁଁ ଆଜି ଅଧିକରୁ ଅଧିକ ଅମଳ କରିବା ସହିତ ମୋର ଆୟ ବୃଦ୍ଧି ଘଟିଛି,” ଏହା ଆନନ୍ଦିତ ହୋଇ କହିଛନ୍ତି ଦେବେନ୍ଦ୍ର ।

Leave A Reply

Your email address will not be published.