Latest Odisha News

BREAKING NEWS

‘ପ୍ରକୃତ ସେବକ ଅହଙ୍କାର ନକରି ସେବା କରିଥାଏ’

ନୂଆଦିଲ୍ଲୀ: ଲୋକସଭାରେ ବିଜେପି ସଂଖ୍ୟା ଗରିଷ୍ଠତା ହରାଇବା ପରେ ନିର୍ବାଚନ ଫଳାଫଳ ଉପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସେ କହିଛନ୍ତି ଯେ ଜଣେ ‘ପ୍ରକୃତ ସେବକ କୌଣସି ଅହଙ୍କାର ନକରି ଅନ୍ୟମାନଙ୍କର ସେବା କରିଥାଏ ଏବଂ କାହାର କୌଣସି କ୍ଷତି କରିନଥାଏ’ ।

ଯିଏ ମର୍ଯ୍ୟଦା ର ଅନୁସରଣ କରେ, ସେ କାର୍ଯ୍ୟ କରେ କିନ୍ତୁ କାର୍ଯ୍ୟରେ ଜଡିତ ହୁଏ ନାହିଁ । ତାଙ୍କ ଭିତରେ କୌଣସି ଅହଂକାର ଆସେ ନାହିଁ ଯେ ମୁଁ ଏହା କରିଛି ବୋଲି । ତାକୁହିଁ କେବଳ ସେବକ କୁହାଯିବାର ଅଧିକାର ଅଛି ବୋଲି ଆରଏସଏସ ମୁଖ୍ୟ କହିଛନ୍ତି ।

ନିର୍ବାଚନ ପ୍ରଚାର ସମ୍ପର୍କରେ ସେ କହିଛନ୍ତି ଯେ ଉଭୟ ଶାସକ ଓ ବିରୋଧୀ ପ୍ରଚାର ସମୟରେ ମର୍ଯ୍ୟାଦ ଉପରେ ଧ୍ୟାନ ଦେଇନାହାଁନ୍ତି । ଏପରି କି ସଂଘକୁ ମଧ୍ୟ ପ୍ରଚାର ଭିତରକୁ ଟଣାଯାଇଥିଲା ବୋଲି ଭାଗବତ କହିଛନ୍ତି ।

ମଣିପୁର କଥା ଉଠାଇ ସେ କହିଛନ୍ତି ଯେ, ଜାତିଆଣ ହିଂସା ପ୍ରଭାବିତ ମଣିପୁରକୁ ଯେପରି ପ୍ରାଧାନ୍ୟ ଦିଆଯିବା କଥା, ସେପରି କରାଯାଇ ନାହିଁ । ସେ ପଚାରିଛନ୍ତି ଏହା ଉପରେ କିଏ ଧ୍ୟାନ ଦେବ । ପ୍ରାଥମିକତା ଭିତ୍ତିରେ ଏହି ସମସ୍ୟାର ସମାଧାନ କରିବାକୁ ହେବ ବୋଲି ଭାଗବତ କହିଛନ୍ତି ।

ଲୋକ ସଭା ନିର୍ବାଚନ ପରେ ଏହା ହେଉଛି ଭାଗବତଙ୍କ ପ୍ରଥମ ବକ୍ତବ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ତୃତୀୟ ଥର ପାଇଁ ସରକାର ଗଢ଼ିଥିବାବେଳେ ଏଥର ପୂର୍ବଭଳି ଜନସମର୍ଥନ ମିଳିନାହିଁ । ମୋଦି ‘୪୦୦ ପାର୍‌’ ନାରା ଦେଇ ନିର୍ବାଚନ ଲଢ଼ିଥିଲେ ହେଁ ୫୪୩ ରୁ କେବଳ ୨୪୦ ଆସନ ବିଜେପି ହାତେଇଛି ।

Comments are closed.