Latest Odisha News

BREAKING NEWS

ଅଲିମ୍ପିକ୍ସ ପୂର୍ବରୁ ଫର୍ମରେ ନୀରଜ, ପାଭୋ ନୁର୍ମି ଗେମ୍ସରେ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଆଥଲେଟ ନୀରଜ ଚୋପ୍ରା ପାଭୋ ନୁର୍ମି ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଜାଭେଲିନ ଥ୍ରୋରେ ନୀରଜ ୮୫.୯୭ ମିଟର ଦୂରତାକୁ ଥ୍ରୋ କରି ଏହି ସଫଳତା ହାସଲ କରିଛନ୍ତି । ୨ ଥର ବିଶ୍ୱ ଚାମ୍ପିୟନ ଗ୍ରେନେଡାର ଆଣ୍ଡରସନ ପିଟର୍ସ ମଧ୍ୟ ହି ପ୍ରତିିଯୋଗିତାରେ ଅଂଶଗ୍ରହଣ କରିଥିଲେ । ନୀରଜ ଏବଂ ପିଟର୍ସଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହି ନାହିଁ । ୫ଥର ଉଦ୍ୟମରେ ନୀରଜଙ୍କ ଏହା ଶ୍ରେଷ୍ଠ ଥ୍ରୋ ରହିଥିଲା । ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ନୀରଜ ଫର୍ମକୁ ଫେରିବାକୁ ପ୍ରଶଂସା କରାଯାଉଛି । ତେବେ ସେ ୯୦ ମିଟର ମାର୍କକୁ ଏ ପର୍ଯ୍ୟନ୍ତ ଛୁଇଁ ପାରୁ ନାହାନ୍ତି ।

ଫିନଲାଣ୍ଡର ଟୋନୀ କେରେନେ (୮୪.୧୯) ଓ ଓଲିଭର ହ୍ୟାଲେଣ୍ଡର (୮୩.୯୬) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୨୦୨୨ରେ ଏହି ପ୍ରତିଯୋଗିତାରେ ୮୯.୩୦ ମିଟର ଦୂରତାକୁ ଥ୍ରୋ କରି ରୌପ୍ୟ ପଦକ ଜିତିଥିଲେ । ଜୁଲାଇ ୭ରେ ଭାରତର ଏହି ଷ୍ଟାର ଆଥଲେଟ ପ୍ୟାରିସ ଡାଇମଣ୍ଡ ଲିଗରେ ଅଂଶଗ୍ରହଣ କରିବେ ।

Comments are closed.