Latest Odisha News

BREAKING NEWS

ଜଙ୍ଗଲ ଜମି ବେଆଇନ ଜବରଦଖଲ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ମହିଳା

ସୁବର୍ଣ୍ଣପୁର: ଜଙ୍ଗଲ ଜମିକୁ ବେଆଇନ ଜବରଦଖଲ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା ଗୋଷ୍ଠୀ । ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବା ସହିତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ମହିଳା ଗୋଷ୍ଠୀ ।

ଖବର ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବିଶାଳପାଳିର ଜଙ୍ଗଲ ଜମି ସହିତ ଗାଁ ରାସ୍ତାକୁ ପଡୋଶୀ ଗାଁ ଭାଲୁଡ଼ୁଙ୍ଗୁରୀର କିଛି ଅସାଧୁ ଲୋକ ଜୋର ଜବରଦସ୍ତି ଅକ୍ତିଆର କରି ଚାଷ କରୁଛନ୍ତି । ଏନେଇ ବିଶାଳପାଳି ଗ୍ରାମବାସୀ ଦୀର୍ଘ ଦିନ ହେବ ପ୍ରଶାସନ ପାଖରେ ଗୁହାରି କରି ଆସୁଛନ୍ତି । ଜବାର ଦଖଲ ହଟାଇବା ପାଇଁ ଦାବି କରି ଆସୁଛନ୍ତି । କିଛି ଦିନ ଆଗରୁ ସେହି ସ୍ଥାନରେ ୧୪୪ ଧାରା ମଧ୍ୟ ଲାଗୁ କରିଥିଲା ପ୍ରଶାସନ ।

ଏହା ସତ୍ବେ ସେହି ଅସାଧୁ ଲୋକ ମାନେ ପୁଣି ସେହି ଜମିକୁ ଚାଷ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Comments are closed.