Latest Odisha News

ନକଲି ନୋଟ୍ ଜବତ କଲା ପୋଲିସ, ଛାପୁଛନ୍ତି ମାଓବାଦୀ

ସୁକମା: ନକଲି ନୋଟ ଜବତ କଲା ପୋଲିସ୍ । ମାଓ କ୍ୟାମ୍ପରେ ଚଡାଉ କରି ବିପୁଳ ନକଲି ନୋଟ ଜବତ କରିଛି । ଛତିଶଗଡ଼ରେ ପୋଲିସର ବଡ଼ ଧରଣର ଚଢ଼ାଉ ପରେ ମିଳିଛି ବିପୁଳ ନକଲି ନୋଟ ।

ଛତିଶଗଡ ସୁକମାରେ କୋରାଜଗୁଡ଼ା ଜଙ୍ଗଲ ସ୍ଥିତ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲା ସ୍ଥାନୀୟ ପୋଲିସ୍ । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ନକଲି ନୋଟର ବ୍ୟବହାର ପରେ ସନ୍ଦେହଜନକ ଭାବରେ ମାଓକ୍ୟାମ୍ପ ଉପରେ ଚଢୋଉ କରିଥିଲା ପୋଲିସ । ଚଢାଉ ପରେ ଅନେକଗୁଡିଏ ୫୦, ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ ଜବତ କରିଥିଲା । ଏହା ସହିତ ଟଙ୍କା ଛାପା ଉପକରଣ ମଧ୍ୟ ଜବତ କରିଛି ପୋଲିସ୍ । ତେବେ ଅର୍ଥାଭାବରୁ ମାଓବାଦୀମାନେ ନକଲି ନୋଟ୍ ବ୍ୟବହାର କରୁଥିବା ସୂଚନ ମିଳିଛି ।

ଅନ୍ୟପକ୍ଷରେ ମାଓବାଦୀଙ୍କ ପାଖରେ ଟଙ୍କା ଛପା ମେସିନ ଆସିଲା କେଉଁଠୁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାଓବାଦୀଙ୍କ ପାଖରୁ ନକଲି ନୋଟ ମିଳିବା କିଛି ବଡ କଥା ନୁହେଁ କିନ୍ତୁ ନକଲି ନୋଟ ଛପା ହେବା ସହ ଛପା ଉପକରଣ ମିଳିବା ଚିନ୍ତାଜନକ ବିଷୟ । କାରଣ ସାଧାରଣତଃ ଛପା ଉପକରଣ ବା ମେସିନ ସହଜରେ ମିଳେନାହିଁ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ବାହାର ଦେଶରୁ ଏଭଳି କିଛି ଉପକରଣ ଆଣିପାରିଥାନ୍ତି ମାଓବାଦୀ ।

ଯାହାକୁ ନେଇ ପୂର୍ବତନ ପୋଲିସ୍ ଡିଜି ବିପିନ ବିହାରୀ ମିଶ୍ର ଏକ ଟିଭି ଚ୍ୟାନେଲକୁ ମନ୍ତବ୍ୟ ଦେଇ କହିଛନ୍ତି, ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ । କାରଣ ଭାରତ ଟଙ୍କା ଛପା ଉପକରଣ କେବଳ ଚାଇନା, ପାକିସ୍ତାନ ଭଳି ଦେଶ ମାନଙ୍କ ପାଖରେ ରହିଛି । ଯାହା ସ୍ପଷ୍ଟ କରୁଛି ଯେ ମାଓବାଦୀଙ୍କ ସହ ସେମାନଙ୍କର ସଂପର୍କ ରହିଛି । ମାଓବାଦୀମାନେ ତାଙ୍କ ଠାରୁ ଏହି ଉପକରଣ ଆଣିଥାଇ ପାରନ୍ତି । ଏହାକୁ ଭାରତ ସରକାର ଗୁରୁତର ଭାବେ ନେଇ ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିବା ଉଚିତ ବୋଲି ସେ କହିଛନ୍ତି ।

Comments are closed.