କଲିକତା: ଦେଶର ସ୍ଵାଧୀନତା ସମୟରେ ୧୯୪୭ ରେ ଖୋଲା ଯାଇଥିବା ଏଫଏମସିଜି ସେକ୍ଟରର ସବୁଠାରୁ ବଡ କମ୍ପାନୀ ବ୍ରିଟାନିଆ ଏହାର ଗୋଟିଏ କାରଖାନା ବନ୍ଦ କରିବାକୁ ଯାଉଛି। ପଶ୍ଚିମବଙ୍ଗର କୋଲକାତାରେ ଅବସ୍ଥିତ ଏହି ଐତିହାସିକ କାରଖାନା ହେଉଛି ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସର୍ବ ପୁରାତନ ଉତ୍ପାଦନ ୟୁନିଟ୍। କୋଲକାତା କାରଖାନାର ସମସ୍ତ ସ୍ଥାୟୀ କର୍ମଚାରୀମାନେ ସ୍ଵେଚ୍ଛାକୃତ ଅବସର ନେବାକୁ ସ୍ଥିର କରିଛନ୍ତି। କମ୍ପାନୀ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇଛି।
ସେପଟେ ଏହାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ରହିଛି। ବିଜେପି ଓ ତ୍ରୁଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ଜୋର୍ ଧରିଥିବା ଦେଖିବାକୁ ମିଳିଛି। ତେବେ କାରଖାନା ବନ୍ଦ ପାଇଁ ବିଜେପି ଟିଏମସିକୁ ଦାୟୀ କରୁଥିବା ବେଳେ କମ୍ପାନିର ଆଭ୍ୟନ୍ତରୀଣ ପରିଚାଳନା ସମସ୍ୟା କାରଣରୁ ଏହା ବନ୍ଦ ହୋଇଛି ଏବଂ ଏଥିରେ ସରକାରଙ୍କର କୌଣସି ହାତ ନାହିଁ ବୋଲି କହିଛି ଟଏମସି।
ମ୍ୟାରି ଗୋଲ୍ଡ ଏବଂ ଗୁଡ୍ ଡେ ପରି ବିସ୍କୁଟ ତିଆରି ପାଇଁ ବ୍ରିଟାନିଆ ଜଣାଶୁଣା। ୧୯୪୭ ରେ ନିର୍ମିତ ଏହି କାରଖାନା ବ୍ରିଟାନିଆ କମ୍ପାନୀକୁ ସାରା ଦେଶରେ ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ତେବେ କାରଖାନା ବନ୍ଦ ହେବା ଦ୍ବାରା କୌଣସି କର୍ମଚାରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବ ନାହିଁ ବୋଲି କହିଛି କମ୍ପାନୀ ।
Comments are closed.