Latest Odisha News

BREAKING NEWS

ମେଧା ପାଟକରଙ୍କୁ ୫ ମାସର ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ତତ୍କାଳୀନ କେବିଆଇସି (ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ) ଅଧ୍ୟକ୍ଷ ଭି.କେ ସକ୍ସେନା ଦାଖଲ କରିଥିବା ମାନହାନି ମାମଲାରେ ନର୍ମଦା ବଚାଓ ଆନ୍ଦ‌ୋଳନ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ ୫ ମାସର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀର ସାକତେ କ‌ୋର୍ଟ।

ତେବେ ୨୩ ବର୍ଷ ପୂର୍ବେ ଭି.କେ ସକ୍ସେନାଙ୍କ ଦ୍ବାରା ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ମେ ମାସରେ କୋର୍ଟ ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଭି.କେ ସକ୍ସେନାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଭି.କେ ସକ୍ସେନାଙ୍କ ଓକିଲ କହିଛନ୍ତି ଯେ ସେ କୗ‌େଣସି କ୍ଷତିପୂରଣ ଚାହୁଁନାହାଁନ୍ତି ସ‌େ।

ଅପରପକ୍ଷ‌େ ମେଧା ପାଟକର କହିଛନ୍ତି ଯେ, ସତ୍ୟକୁ କଦାପି ପରାଜିତ କରାଯାଇପାରିବ ନାହିଁ। ଆମେ କାହାକୁ ବଦନାମ କରିବାକୁ ଚେଷ୍ଟା କରିନାହୁଁ, ଆମେ କେବଳ ଆମର କାମ କରୁ। ଆମେ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବୁ।

Leave A Reply

Your email address will not be published.