Latest Odisha News

BREAKING NEWS

ପ୍ରଥମ ଟି-୨୦ ମ୍ୟାଚ: ଭାରତକୁ ୭ ୱିକେଟରେ ପରାସ୍ତ କଲା ବାଂଲାଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡ଼ିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟି-୨୦ ମ୍ୟାଚରେ ବାଂଲାଦେଶ ୭ ୱିକେଟରେ ବିଜୟ ହାସଲ କରିଛି ।

ବାଂଲାଦେଶ କପ୍ତାନ ମହମ୍ମଦୁଲ୍ଲା ଟସରେ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ନିର୍ଦ୍ଦାରିତ ୨୦ ଓଭରରେ ଭାରତ ୬ ୱିକେଟ ବିନିମୟରେ କରିଥିଲା ୧୪୮ ରନ ।

ଦଳ ପକ୍ଷରୁ ଶିଖର ଧାୱନ ୪୧, ରିଷଭ ପନ୍ଥ ୨୭, ଆୟାର୍ ୨୨, କ୍ରୁନାଲ ପାଣ୍ଡ୍ୟା ୧୫, ସୁନ୍ଦର ୧୪ ଏବଂ କେଏଲ ରାହୁଲ ୧୫ ରନ କରିଥିଲେ । ବିରାଟ କୋହଲୀଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଆଜି ଅଧିନାୟକତ୍ୱ କରିଥିଲେ ମଧ୍ୟ ବ୍ୟାଟିଂରେ ଅସଫଳ ହୋଇଥିଲେ । ସେ ମାତ୍ର ୯ ରନ କରି ଆଉଟ୍ ହୋଇଯାଇଥିଲେ ।

ବାଂଲାଦେଶ ଦଳ ୧୪୯ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ଯାଇ ପ୍ରଥମେ ଲିଟନ ଦାସଙ୍କ ୱିକେଟ ହରାଇଥିଲା । ମ୍ୟାଚର ଅନ୍ତିମ ଓଭରରେ ଦଳ ବିଜୟ ସୂଚକ ରନ ସଂଗ୍ରହ କରିପାରିଥିଲା । ୱିକେଟକିପର୍ ମୁସଫିକୁର ରହିମ ସର୍ବାଧିକ ୬୦ ରନ ସଂଗ୍ରହ କରିଥିଲେ । ଅନ୍ୟ ବେଙ୍ଗଲୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସୌମ୍ୟ ସରକାର ୩୯, ନଇମ ୨୬ ରନ ସଂଗ୍ରହ କରିଥିଲେ । କପ୍ତାନ ମହମ୍ମଦୁଲ୍ଲା ଅନ୍ତିମ ପର୍ଯ୍ୟାୟରେ ସୁନ୍ଦର ବ୍ୟାଟିଂ କରି ୧୫ ରନ ସହିତ ଅପରାଜିତ ଥିଲେ ।

ବାଂଲା ଖେଳାଳି ମୁସଫିକର୍ ରହିମଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ଘୋଷିତ କରାଯାଇଥିଲା ।

Comments are closed.