Latest Odisha News

BREAKING NEWS

ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ: ତୃତୀୟ ସଂସ୍କରଣ ଡିସେମ୍ବର ୪ ତାରିଖରୁ ଆରମ୍ଭ

ଭୁବନେଶ୍ୱର: ନୀଳାଚଳ ସ୍ପୋର୍ଟସ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ୍ (ଓଟିପିଏଲ୍)ର ତୃତୀୟ ସଂସ୍କରଣ ଆସନ୍ତା ଡିସେମ୍ବର ୦୪ରୁ ୦୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କିଟ୍ବ ଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଟେନିସ୍ ଜିଷ୍ଟ୍ରୀ, ୟୁଏସ୍ଏ, ଅଖିଳ ଭାରତୀୟ ଟେନିସ ସଂଘ ଏବଂ ଓଡ଼ିଶା ଟେନିସ ସଂଘ ଏହି ଲିଗ୍ ସହାୟତା ପ୍ରଦାନ କରୁଛନ୍ତି ।

BjdElectrycity

ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା ପ୍ରେସ କ୍ଲବଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଟିପିଏଲ୍ ଟ୍ରଫି ଉନ୍ମୋଚିତ କରାଯାଇଥିଲା ଏବଂ  ସୁମିତ ନାଗଲ, ପୂର୍ବତନ ୱିମ୍ବଲଡନ ଜୁନିୟର ବିଜେତା ତଥା ଗ୍ରାଣ୍ଡସ୍ଲାମ୍ ଳଳୀ ଓ ଲୋକପ୍ରିୟ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ୍ ୨୦୧୯ର ବ୍ରାଣ୍ଡ ଆମ୍ବାସଡର ଭାବେ ଘୋଷଣା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ  ଅକ୍ଷୟ ପରିଜା, ଓଡ଼ିଆ ସିନେମା ନିର୍ମାତା, ଦିଲୀପ ମହାନ୍ତି, ପରିଚାଳନା ଟ୍ରଷ୍ଟି, ନୀଳାଚଳ ସ୍ପୋର୍ଟସ ଫାଉଣ୍ଡେସନ ଏବଂ ବିଭିନ୍ନ ଦଳର ଖେଳାଳୀ ମାନେ ଉପସ୍ଥିତ ଥିଲେ ।

ଚଳିତବର୍ଷ ଏହି ଲିଗରେ ୮ ଟି ଦଳ ଭାଗ ନେଉଛନ୍ତି । ପ୍ରତି ଦଳରେ ୪ ଜଣ ଖେଳାଳୀ ଅଛନ୍ତି ଏବଂ ସମୁଦାୟ ୮ଟି ଦଳରେ ୩୨ ଜଣ ଅନ୍ତର୍ଜାତୀୟ, ଜାତୀୟ ଏବଂ ରାଜ୍ୟ ସ୍ତରୀୟ ଖେଳାଳୀ ଅଂଶ ଗ୍ରହଣ କରିଛନ୍ତି ।

ଚଳିତ ସଂସ୍କରଣର ୮ଟି ଦଳ ହେଲେ – ଭଦ୍ରକ ଭିକ୍ଟରସ୍, ଭୁବନେଶ୍ୱର ୱାରିୟରସ୍, କ୍ୟାପିଟାଲ କିଙ୍ଗସ୍, କଟକ କନ୍କର୍ସ, କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ, କେଜିଆଇ ଯାଜପୁର ସୁଟର୍ସ, କିଟ୍କିଲର୍ବିଇଜ୍, ପାରୁଲ ପେନସୋନିକ ପୁରୀ ୱେଭର୍ସ ।

ଏଥିରେ ଏଟିପି, ଡବ୍ଲ୍ୟୁଟିଏ, ଆଇଟିଏଫ୍ଏବଂ ଏଆଇଟିଏର ବହୁ ଅଭିଜ୍ଞ ଖେଳାଳୀ ଭାଗ ନେବେ ।

 (ପୁରୁଷ) ଖେଳାଳୀ

୧. ନିକିପୁନାଚା ୯ ହାଇଦ୍ରାବାଦ
୨. ଇଶାକ୍ଇକ୍ବାଲ ୧୦ କୋଲକାତା
୩. କୁନାଲ ଆନନ୍ଦ ୧୨ ଦିଲ୍ଲୀ
୪. ପ୍ରଜ୍ଜ୍ୱଲଏସ୍ ଦେବ ୧୪ ବାଙ୍ଗାଲୋର
୫. ସୁରଜ ପ୍ରବୋଧ ୨୦ ବାଙ୍ଗାଲୋର
୬. ମୋହିତ ମୟୂର ଜୟପ୍ରକାଶ ୨୩ ଚେନ୍ନାଇ
୭. ଅଂଶୁ କୁମାରଭୂୟାଁ ୨୬ ଭୁବନେଶ୍ୱର

(ମହିଳା) ଖେଳାଳୀ
୧. ସ୍ୱଜନ୍ୟାଭାବି ସେଟ୍ଟୀ ୮ ହାଇଦ୍ରାବାଦ
୨. ଜେନିଫର ଲୁଇ ଖାମ ୧୦ ମଣିପୁର
୩. ଭୁବନା କଲୱା ୧୧ ହାଇଦ୍ରାବାଦ
୪. ୟୁବ୍ରାନୀ ବାନାର୍ଜୀ ୧୫ କୋଲକାତା
୫. ସଂହିତା ସାଇ ଚାମର୍ଥୀ ୧୯ ଚେନ୍ନାଇ
୬. ସ୍ରାବ୍ୟା ଶିବାନୀ ଚିକଲାପୁଡ଼ି ୨୧ ହାଇଦ୍ରାବାଦ
୭. ଅଭିକା ସାଗୱାଲ ୩୯ ଦିଲ୍ଲୀ
୮. ଅନାମ ଅଲ୍ମାସ୍ ୫୮ ଭୁବନେଶ୍ୱର
୯. ଦକ୍ଷତା ପଟେଲ ୫୫ ମୁମ୍ବାଇ
୧୦. ଋତୁପର୍ଣ୍ଣା ଚୌଧୁରୀ ୮୦ ଭୁବନେଶ୍ୱର
ଏହି ସିଜନର ମ୍ୟାଚ ଗୁଡ଼ିକ ହେଉଛି ମ୍ୟାଚ୍ ୧: ପୁରୁଷସିଙ୍ଗଲ୍ସମ୍ୟାଚ୍ ୨: ମହିଳାସିଙ୍ଗଲ୍ସମ୍ୟାଚ୍ ୩: ପୁରୁଷଡବଲ୍ସମ୍ୟାଚ୍ ୪: ମିକ୍ସଡଡବଲ୍ସମ୍ୟାଚ ୫: ପୁରୁଷସିଙ୍ଗଲ୍ସ

 

 

Leave A Reply

Your email address will not be published.