Latest Odisha News

୧୬ ଟଙ୍କାର ବ୍ୟାଗ୍ ପାଇଁ ଭରିବେ ୩୩ ହଜାର ଟଙ୍କାର ଜୋରିମାନା

ବଲାଙ୍ଗୀର: ବାଲାଙ୍ଗୀରର‌େ ଜଣେ ଗ୍ରାହକଙ୍କ ଠାରୁ ବ୍ୟାଗ ପାଇଁ ୧୬ ଟଙ୍କା ଆଦାୟ ଅଭିଯୋଗରେ ଏକ ସପିଂ ମଲ ଉପରେ ୩୩ ହଜାର ଟଙ୍କା ଜୋରିମାନା କରାଯାଇଛି।

ସୂଚନାନୁସାରେ, ମଲ୍‌ରେ କିଛି ଜିନିଷ କିଣିବା ପରେ ଗ୍ରାହକଙ୍କୁ ବ୍ୟାଗ ପାଇଁ ୧୬ ଟଙ୍କା ଚାର୍ଜ କରିଥିଲା ଏହି ସପିଂ ମଲ୍। ଏହି ଘଟଣାରେ ଜିଲ୍ଲା ଖାଉଟି ଅଦାଲତ ବିଶାଲ ମେଗା ମାର୍ଟ ଉପରେ ୩୩ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି।

ସୂର୍ଯ୍ୟକାନ୍ତ ବ୍ୟାଗ ନାମକ ଜଣ‌େ ଗ୍ରାହକ ଗତ ବର୍ଷ ଅକ୍ଟୋବରରେ ମାର୍ଟ ବିର‌ୋଧର‌େ କଞ୍ଜୁମର ରେଡ୍ରେସାଲ ଫୋରମର ଦ୍ବାରସ୍ତ ହୋଇଥିଲେ। ସୂଚନା ଅନୁଯାୟୀ, ସେ ପିଲାମାନଙ୍କ ସହ ମଲକୁ ଯାଇ ୨୯୦୦ରୁ ଅଧିକ ମୂଲ୍ୟର ସାମଗ୍ରୀ କ୍ରୟ କରିବା ସହ ଏକ ଘଣ୍ଟାରୁ ଅଧିକ ସମୟ ମଲର‌େ ବିତାଇଥିଲେ।

ସୂର୍ଯ୍ୟକାନ୍ତଙ୍କ କହିବାନୁଯାୟୀ, ପେମେଣ୍ଟ କାଉଣ୍ଟରରେ କର୍ମଚାରୀମାନେ ବିନା ବ୍ୟାଗରେ ସେମାନଙ୍କୁ ଜିନିଷ ଦେଇଥିଲେ ଏବଂ ବ୍ୟାଗ୍ ନେବାକୁ ଚାହୁଁଥିଲେ ୧୬ ଟଙ୍କା ଦେବାକୁ ପଡିବ ବ‌ୋଲି ତାଙ୍କୁ କୁହାଯାଇଥିଲା। ଯାହାକୁ ନେଇ ସେ ସପିଂ ମଲ ବିରୋଧରେ ଖାଉଟି ଫୋରମରେ ଏକ ପିଟିସନ ଦାଖଲ କରିଥିଲେ। ତେବେ ଫ‌ୋରମର ଏହି ନିଷ୍ପତ୍ତିରେ ଖୁସି ପ୍ରକ‌ାଶ କରିଛନ୍ତି ସେ।

Comments are closed.