Latest Odisha News

୨୩ରୁ କେନ୍ଦ୍ରର ପୂର୍ଣ୍ଣ ଆର୍ଥିକ ବଜେଟ୍: କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

ନୂଆଦିଲ୍ଲୀ: ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ଜୁଲାଇ ୨୨ ତାରିଖରେ ଆରମ୍ଭ ହେବ ବଜେଟ ଅଧିବେଶନ । ଜୁଲାଇ ୨୩ରେ ଉପସ୍ଥାପନା ହେବ ୨୦୨୪-୨ ୫ର କେନ୍ଦ୍ର ବଜେଟ। ଗତ ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଉପସ୍ଥାପନ ହୋଇଥିଲା କାମଚଳା ବଜେଟ।

ଏକ୍ସ ପୋଷ୍ଟରେ ରିଜିଜୁ କହିଛନ୍ତି ଯେ, ଆସନ୍ତା ୨୩ରୁ କେନ୍ଦ୍ରର ପୂର୍ଣ୍ଣ ଆର୍ଥିକ ବଜେଟ୍ ଉପସ୍ଥାପନ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୨୨ରୁ ସଂସଦ ଅଧିବେଶନ ଆରମ୍ଭ ହେବ ଏବଂ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରରେ ୩ୟ ଥର ପାଇଁ କ୍ଷମତାକୁ ଆସିବା ପରେ ମୋଦୀ ସରକାରଙ୍କର ଏହା ହେଉଛି ପ୍ରଥମ ବଜେଟ୍ । ତେଣୁ ଏଥର ବଜେଟରେ କେଉଁ ବିଭାଗକୁ କେତେ ଟଙ୍କା ଘୋଷଣା ହେଉଛି, ତା ଉପରେ ରହିଛି ସମସ୍ତଙ୍କର ନଜର ରହିଛି।

Comments are closed.