Latest Odisha News

ଦୁବାଇରେ ଫସିଛନ୍ତି ୮ ଓଡିଆ, ଉଦ୍ଧାର ପାଇଁ ବୈଜୟନ୍ତଙ୍କ ଉଦ୍ୟମ

ଭୁବନେଶ୍ବର: ଦୁବାଇରେ ଫସିଛନ୍ତି ୮ ଓଡିଆ। ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଛନ୍ତି ସ‌େ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନଲଢାଳିଆ ଗ୍ରାମର ସ୍ବର୍ଗତ ସୁରେଶ ଦାସଙ୍କ ପୁଅ ମରୁତ ଦାସ, ନିମପୁର ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ପୁଅ ଅଭିମନ୍ୟୁ ବେହେରା, ଜଗତସିଂହପୁର ଜିଲ୍ଲାର ନେହୁଳିଆ ଗ୍ରାମର ଶତ୍ରୁଘ୍ନ ସମାଲଙ୍କ ପୁଅ ନାରାୟଣ ସାମଲ, କଟକ ଜିଲ୍ଲାର କଳପଡା ଗ୍ରାମର ନରେନ୍ଦ୍ରନାଥ ପଟ୍ଟନାୟକଙ୍କ ପୁଅ ମିଟୁ ପଟ୍ଟନାୟକ, କୋରପଡା ଗ୍ରାମର ବିମ୍ବାଧର ହାତୀଙ୍କ ୩ ପୁଅ ରମେଶ ହାତୀ, ନରେଶ ହାତୀ, ବିଚିତ୍ରାନନ୍ଦ ହାତୀ ଓ କୁଳସରିଚୁହାଁ ଗ୍ରାମର ଦୂଶାସନ ପ୍ରଧାନଙ୍କ ପୁଅ ପିତବାସ ପ୍ରଧାନ ଗତ ମେ ମାସ ୧୯ ତାରିଖରେ ପାଇପମିସ୍ତ୍ରୀ ଭାବେ କାମ କରିବାକୁ ଏକ ଏଜେଣ୍ଟଙ୍କ ଜରିଆରେ ଦୁବାଇ ଯାଇଥିଲେ କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ଅନ୍ୟ କାମରେ ନିୟୋଜିତ କରିଥିଲେ। କାମ ପାଇଁ ଅନିଚ୍ଛା ପ୍ରକାଶ କରିବାରୁ କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ଚାକିରିରୁ ବାହାର କରିଦେଇଥିଲେ। ବର୍ତ୍ତମାନ ସେମାନେ ଏକ ମସଜିଦରେ ଆଶ୍ରୟ ନେଇଥିବା ଜଣାପଡିଛି।

ତେବେ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ପରିବାର ଲୋକ ସାଂସଦଙ୍କ ହସ୍ତକ୍ଷେପ ଲୋଡିଥିଲେ। ଯାହାପରେ ସେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

Comments are closed.