Latest Odisha News

BREAKING NEWS

Browsing Tag

Odia

କେରଳ ଫିଲ୍ମ ଫେଷ୍ଟର ସ୍କ୍ରିନିଂ ପାଇଁ ‘ସି ଆଣ୍ଡ ସେଭେନ୍ ଭିଲେଜେସ୍’ ମନୋନୀତ

ଭୁବନେଶ୍ୱର: ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଓଡ଼ିଆ ଚଳଚ୍ଚିତ୍ର ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ କେରଳରେ ଅନୁଷ୍ଠିତ ହେବାକୁ ଥିବା ୧୫ତମ ଅନ୍ତର୍ଜାତୀୟ ଡକ୍ୟୁମେଣ୍ଟାରୀ ଓ କ୍ଷୁଦ୍ର ଚଳଚ୍ଚିତ୍ର…

ପଖାଳ ଦିବସ ପାଳିଲେ ଓଡ଼ିଆ ନେତା ଓ କର୍ମୀ, ସୋସିଆଲ ମିଡିଆରେ ଶୁଭେଚ୍ଛା ଓ ଫୋଟୋ ପୋଷ୍ଟ୍

ଭୁବନେଶ୍ୱର : ବିଶ୍ୱ ପଖାଳ ଦିବସ ଅବସରରେ ଗାଁଠୁ ସହର, ପ୍ରଦେଶରୁ ପ୍ରବାସୀ ଓଡ଼ିଆଙ୍କ ଯାଏଁ, ସବୁଠି ହୋଇଛି ପଖାଳ ଖିଆର ଆୟୋଜନ । ଓଡ଼ିଆଙ୍କ ପ୍ରିୟ ପଖାଳ କଂସା ପାଖରେ ଆଜି ଦେଖିବାକୁ ମିଳିଛି ଭଳିକିଭଳି ସୁସ୍ବାଦୁ ଖାଦ୍ୟର ପସରା, ଏସବୁ ଭିତରେ ପଲିଟିକାଲ ପଖାଳକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ।…

କବିତା : ସାଦା ପୃଷ୍ଠା

ରାମକୃଷ୍ଣ ସାଦା କାଗଜ ଖଣ୍ଡେ ସତେବା ଉଡିଆସେ ଶୂନ୍ୟରୁ ପବନରେ ଜମାରୁ ଉତୁରେ ନାହିଁ ହୃଦୟ ଯେତେ ଚେଷ୍ଟା କଲେ ସେ କାଗଜରେ କେବଳ ତେଢା ବଙ୍କା ଗୋଟେ ଚିତ୍ର ଆବୁରୁ ଜାବୁରୁ କିଛି ଶବ୍ଦ ମନ ତ ସମୟ ପରି ପିଚ୍ଛିଳ ଗଳିଯାଏ ଶବ୍ଦର ଆଙ୍ଗୁଠି ଫାଙ୍କରେ କେତୋଟି ଅଙ୍କ ବିଶିଷ୍ଟ…

ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ଏଣ୍ଟ୍ରାନ୍ସ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା । ଜେଇଇ ମେନ୍ ୨୦୨୩ ଦୁଇଟି ସେସନରେ ହେବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଆକୁ ମିଶାଇ ୧୩ଟି ଭାଷାରେ ହେବ ଜେଇଇ ମେନ୍ । ଇଂରାଜୀ ଓ ହିନ୍ଦୀ ସହିତ ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ଼, ମାଲାୟଲମ,…

କବିତା : ସର୍କାର୍

ଭାରତ ମାଝୀ କିଆରିରେ ବାଇଗଣ ତୋଳୁଥିବା ଦିଅର, କବାଟ କଣରେ କୁଞ୍ଚ ସଜାଡୁଥିବା ଭାଉଜ, ଦାଣ୍ଡରେ ଗୁଡାଖୁ ଘଷୁଥିବା ବଡ଼ମା', ହାଟରୁ ସଉଦା ଧରି ଫେରୁଥିବା ସାନଭାଇ, ଗ୍ରାମ୍ୟବ୍ୟାଙ୍କ ବାରଣ୍ଡାରେ ପର୍ଚି ଲେଖୁଥିବା ବାପା- ଏମାନଙ୍କ ଭିତରୁ କାହାକୁ କିମ୍ବା ଏମାନଙ୍କୁ ସମସ୍ତଙ୍କୁ…

ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନ

ଆମଷ୍ଟରଡମ୍‍ : ଓଡ଼ିଆ ସୋସିଓ କଲ୍‍ଚରାଲ୍‍ ଆସୋସିଏସନ୍‍, ନେଦରଲ୍ୟାଣ୍ଡସ (ଓସକାନ) ପକ୍ଷରୁ ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନେଦରଲ୍ୟାଣ୍ଡସର ଉତ୍ତରେକ୍‍ଟ ନଗରର ସ୍ପିରିଟ୍‍ ଅଫ୍‍ ଇଣ୍ଡିଆ ସଭାଗୃହରେ ଆୟୋଜିତ ରଜ ମିଳନ-୨୦୨୨ ମହୋତ୍ସବରେ ଶତାଧୀକ ଓଡ଼ିଆ ପରିବାର…

ଓଡ଼ିଶା ଲୋକଙ୍କୁ ଚିକିତ୍ସା ପ୍ରଦାନ ପାଇଁ ପ୍ରବାସୀ ଓଡ଼ିଆ ଡାକ୍ତରମାନଙ୍କ ଉଦ୍ୟମ

ଭୁବନେଶ୍ୱର: ଓଡିଶା ତଥା ଓଡିଆ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ କାମ କରୁଥିବା ଓଡିଆ ଡାକ୍ତରମାନେ ଏକ ବିଶ୍ୱସ୍ତରୀୟ ଏକ ଚିକିତ୍ସକ ଦଳ ଗଠନ କରିଛନ୍ତି । ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟା ସହିତ ତାଳ ମିଳାଇ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ…

ଜୀବନ

ଜୀବନ ଅମିୟଭାନୁ ଧଳ ମୁଁ, ତମେ ଓ ଆମେ କେତେ କାଳ ଏଇମିତି ପ୍ରତ୍ୟେକ ମୂହୁର୍ତ୍ତର ପ୍ରଶ୍ୱାସରେ ମରୁଥିବା, -ପାପର ପିପାସା -ମନର ଓର୍‌ମାନ୍‌ -ଦେହର ଦାହ -ଲହୁ-ଲୁହ ମିଶ୍ରିତ କୋହ, କିଛି ସମୟର ରୋମାଞ୍ଚରେ ବାଣ୍ଟି କୁଣ୍ଟି ମେଣ୍ଟେଇବାର ସୁଖ ସ୍ୱପ୍ନ ଲାଗି ଚର୍ବଣ, ଚୋଷଣ, କର୍ଷଣ,…

କରୋନା ଲଢେଇ: ବନ୍ଦେ ଉତ୍କଳ ଜନନୀ ଗାଇବେ ଦେଶବିଦେଶର ସବୁ ଓଡ଼ିଆ

ଭୁବନେଶ୍ୱର: କରୋନା ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ପ୍ରଦର୍ଶନ କରିବା ପୂର୍ବକ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାନ କରିବାକୁ ଦେଶ ବିଦେଶରେ ଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । It has been two months since #Odisha started…