Latest Odisha News

BREAKING NEWS

ରଥଟଣା ବେଳେ ଅଘଟଣ: ଠେଲାପେଲାରେ ଜଣେ ଶ୍ରଦ୍ଧାଳୁ ମୃତ

ପୁରୀ: ପୁରୀ ରଥଟଣା ବେଳେ ଅଘଟଣ । ଜଣେ ଶ୍ରଦ୍ଧାଳୁ ମୃତ । ତାଳଧ୍ବଜ ରଥଟଣା ବେଳେ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ ହୋଇଛି । ନନ୍ଦିଘୋଷ ରଥ ଆଗରେ ଦଳାଚକଟା ସ୍ଥିତି ଉପୁଜିଥିବା ବେଳେ ଏଥିରେ ୮ରୁ ୧୦ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ପବିତ୍ର ରଥଯାତ୍ରା ଅବସରରେ ବଡ଼ଦାଣ୍ତରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ତେବେ ରଥଟଣା ବେଳେ ବଡ଼ଦାଣ୍ଡରେ ଠେଲାପେଲା ସ୍ଥିତି ଉପୁଜିଛି। ହିନ୍ଦୀ ସ୍କୁଲ ଛକ ପାଖରେ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା । ୮ରୁ ୧୦ ଶ୍ରଦ୍ଧାଳୁ ଠେଲାପେଲାରେ ଆହତ ହୋଇଥିବା ବେଳେ ଆହତ ଶ୍ରଦ୍ଧାଳୁମାନଙ୍କୁ ନିକଟସ୍ଥ ଆଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଜଣେ ଶ୍ରଦ୍ଧାଳୁଙ୍କର ମୃତ ହୋଇଥିବା ସୂଚନା ମିଳିଛି ।

 

Comments are closed.