Latest Odisha News

ବର୍ଷାରେ ବେହାଲ୍ ମୁମ୍ବାଇ; ଯାତାୟତ ବାଧାପ୍ରାପ୍ତ, ଶିକ୍ଷାନୁଷ୍ଠାନ ବନ୍ଦ

ମୁମ୍ବାଇ: ମୁମ୍ବାଇରେ ଜୋରଦାର୍ ବର୍ଷା ଯୋଗୁଁ ଜଳମଗ୍ନ ହୋଇପଡିଛି ସାରା ସହର। ଯାହାଫଳରେ ତଳିଆ ଅଞ୍ଚଳରେ ପାଣି ମାଡ଼ି ଯାଇଛି। ଆନ୍ଧେରି, କୁର୍ଲା, ଭଣ୍ଡୁପ୍, କିଙ୍ଗ୍ ସର୍କଲ୍ ଏବଂ ଦାଦର ସମେତ ଅନେକ ଅଞ୍ଚଳ ପାଣି ଘେରରେ ଫସିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ସହର ସାରା ଟ୍ରାଫିକ୍ ଜାମ୍ ହେବା ସହ ସହରବାସୀଙ୍କ ଦ‌ୈନନ୍ଦିନ ଜୀବନକୁ ଏହା ପ୍ରଭାବିତ କରିଛି। ଏପରିକି ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଓ କଲେଜଗୁଡ଼ିକ ପାଇଁ ବିଏମସି ଛୁଟି ଘୋଷଣା କରିଛି। ତେବେ ନାଗରିକ ଅଧିକାରୀଙ୍କ ସୂଚନା ଅନୁଯାୟୀ ସହରରେ ବିଭିନ୍ନ ସ୍ଥାନରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

ସେପଟେ ପାଣିପାଗକୁ ଦୃଷ୍ଟିରେ ରଖି ୨୭ଟି ବିମାନର ଗତିପଥରେ ପରିବର୍ତ୍ତନ କରାଯାଇଛି। ଟ୍ରେନ୍ ଟ୍ରାକରେ ମଧ୍ୟ ପାଣି ଜମି ରହିବାରୁ ଏକାଧିକ ଟ୍ରେନ୍ ବାତିଲ ହୋଇଯିବା ସହ ସମୟରେ ପରିବର୍ତ୍ତନ କରାଯାଇଛି। ତେବେ ମଧ୍ୟ ରେଳବାଇର ସୂଚନା ଅନୁଯାୟୀ ମୁମ୍ବାଇ ସବଅର୍ବାନ ଏବଂ ହାର୍ବର ଲାଇନରେ ପ୍ରବଳ ବର୍ଷା ଯୋଗୁଁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, କୁର୍ଲା-ବିକ୍ରୋଲି ଏବଂ ଭାଣ୍ଡୁପ୍ ଷ୍ଟେସନରେ ରେଳ ଯାତାୟାତ ଅଧିକ ପ୍ରଭାବିତ ହୋଇଛି। ଅପରପକ୍ଷ‌େ ଜଳମଗ୍ନ ହେବା ଯୋଗୁଁ ମୁମ୍ବାଇର ଅନ୍ୟ ରେଳ ଷ୍ଟେ‌ସନ ଗୁଡିକରେ ମଧ୍ୟ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ମୁମ୍ବାଇ, ଥାନେ, ପାଲଘର ଏବଂ କୋଙ୍କଣ ଆଦି ଅଞ୍ଚଳକୁ ଓରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ।

Comments are closed.