Latest Odisha News

ହେମନ୍ତ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ

ରାଞ୍ଚି: ହେମନ୍ତ ସୋରେନ ସରକାରରେ ସୋମବାର ଦିନ ଝ‌ାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଚମ୍ପାଇ ସୋରେନଙ୍କ ସହ ଅନ୍ୟ ୧୦ ଜଣ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

ଜେଏମଏମ ନେତୃତ୍ୱାଧୀନ ମିଳିତ ମଞ୍ଚର ବରିଷ୍ଠ ନେତା ତଥା ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ ରାଜ ଭବନରେ ଆୟୋଜିତ ଏକ ସମାରୋହରେ ଝାଡଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍, ଚମ୍ପାଇ ସୋରେନଙ୍କୁ ଶପଥ ପାଠ କରାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ୧୨ ଜଣିଆ କ୍ୟାବିନେଟରେ ନୂଆ ଚେହେରା ହେଉଛନ୍ତି- କଂଗ୍ରେସର ଜାମତଡା ବିଧାୟକ ଇରଫାନ୍ ଅନସାରୀ, ମହାଗମା ବିଧାୟକ ଦୀପିକା ପାଣ୍ଡେ ସିଂ ଏବଂ  ଲାତେର ବିଧାୟକ ବ‌ୈଦ୍ୟନାଥ ରାମ।

ଉଲ୍ଲେଖଯୋଗ୍ୟ, ହେମନ୍ତ ଗିରଫ ହେବାର ପାଞ୍ଚ ମାସ ପରେ ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ଜୁନ୍ ୨୮ ତାରିଖରେ ଜାମିନ ପ୍ରଦାନ କରିଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ମଂଜୁର କରିବାପରେ ସେ ଜେଲ୍‌ରୁ ବାହାରିଥିଲେ। ତେବେ ଜାମିନରୁ ଆସିବା ପରେ ଜୁଲାଇ ୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ହେମନ୍ତ।

ଜମି ଦୁର୍ନୀତି ମାମଲା ତଥା ଅର୍ଥ ହେରଫେର୍ ଅଭିଯୋଗରେ ଜାନୁଆରୀ ୩୧ରେ ଇଡି ତାଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲ‌େ ଜୁଲାଇ ୩ରେ ଚମ୍ପାଇ ସୋରେନ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Comments are closed.