Latest Odisha News

କପଡା ବିକ୍ରି ପାଇଁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣା: ଜଣେ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ

ବରଗଡ: କପଡା ବିକ୍ରି ପାଇଁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣା। ଜଣେ ମୃତ। ବରଗଡ଼ ଗୋବିନ୍ଦପୁରର ୫୫ ବର୍ଷୀୟ ଉପେନ୍ଦ୍ର ଗର୍ଡିଆ କପଡା ବିକ୍ରି କରିବା ପାଇଁ ଯାଉଥିବା ସମୟରେ ବରଗଡ଼ ଜାତୀୟ ରାଜପଥ ଟେଙ୍ଗନାନାଲି ବ୍ରିଜ ନିକଟରେ ଏକ ଲାଲ ରଙ୍ଗର ଟ୍ରକ ଧକ୍କା ଦେଇ ଫେରାର ମାରିଛି।

ତେବେ ଘଟଣାସ୍ଥଳରେ ଉପେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଉତ୍ତେଜନା ସୃଷ୍ଟି ହେବା ସହ ରାସ୍ତାରୋକ ଆନ୍ଦୋଳନ କରାଯାଇଛି। ଘଟଣାସ୍ଥଳକୁ ବରଗଡ଼ ତହସିଲଦାର, ବିଡ଼ିଓଙ୍କ ସମେତ ଏଡିସନାଲ ଏସପି ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ଓ ଲୁଟ ବୃଦ୍ଧି ପାଉଥିବା ବେଳେ ଅଞ୍ଚଳବାସୀ ଏହି ରାସ୍ତାରେ ସିସିଟିଭି ଲଗାଇବା ସହ ପୋଲିସ ପେଟ୍ରୋଲିଙ୍ଗ କରାଯାଉ ବୋଲି ଦାବି କରିଛନ୍ତି।

ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ମୃତ ବ୍ୟକ୍ତିଙ୍କ ପୁଅଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବା ସହ କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଲୋକେ।

Comments are closed.