Latest Odisha News

ପହଣ୍ଡି ଅଘଟଣଙ୍କୁ ନେଇ କିଛି ଏମିତି କହିଲେ ଆଇନ ମନ୍ତ୍ରୀ…..

ପୁରୀ: ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେରେ ଘଟିଥିବା ଅଘଟଣକୁ ନେଇ ବଡ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ଅଧିକ ତଦନ୍ତ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ତେବେ ମହାପ୍ରଭୁ ପଡିଯିବା ଘଟଣାକୁ ନେଇ ଗତକାଲି ଏକ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ । ଏହା ଉପରେ ଅଧିକ ତଦନ୍ତ କରାଗଲେ ସମସ୍ତ ସତ୍ୟାସତ୍ୟ ଜଣାପଡିବ ।

ଏହାସହିତ ରତ୍ନ ଭଣ୍ଡାର ଉପରେ ମନ୍ତ୍ରୀ କହିଛନ୍ତି, ଆଜି କିମ୍ବା ଆସନ୍ତାକାଲି ମଧ୍ୟରେ ରତ୍ନ ଭଣ୍ଡାର ଏସଓପି ସ୍ପଷ୍ଟ କରାଯିବ । ଏହା ପରେ ସରକାର ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ଶୁଣାଇବେ ବୋଲି କହିଛନ୍ତି ମନ୍ତ୍ରୀ ।

ତେବେ କହିରଖୁଛୁ, ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ପହଣ୍ଡି ବେଳେ ଅସାବଧାନତା କାରଣରୁ ଚାରମାଳରୁ ଖସି ମୁହଁମାଡି ପଡିଥିଲେ ବଡ ଠାକୁର ବଳଭଦ୍ର । ଯାହାକୁ ନେଇ ସାରା ରାଜ୍ୟବାସୀ ମର୍ମାହତ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହା ଉପରେ ଅଧିକ ତଦନ୍ତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

Comments are closed.