ଅହମ୍ମଦାବାଦ: ଗୁଜୁରାଟର ଆନନ୍ଦ ଜିଲ୍ଲା ନିକଟ ଅହମ୍ମଦାବାଦ-ଭଡୋଦରା ଏକ୍ସପ୍ରେସ ରାଜପଥରେ ଏକ ଟ୍ରକ ଏବଂ ବସ୍ରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଟାୟାର ପମ୍ପଚର ହେବାରୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବସ୍କୁ ଏକ ଟ୍ରକ୍ ପିଟିଲା।
ବସ୍ଟି ମହାରାଷ୍ଟ୍ରରୁ ରାଜସ୍ଥାନ ଅଭିମୁଖେଳ ଯାଉଥିଲା। ଆଜି ଭୋର ପ୍ରାୟ ୪ଟା ପରେ ଚକା ପମ୍ପଚର ହେବାରୁ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଉକ୍ତ ସମୟରେ ବସ୍ ଡ୍ରାଇଭର,ହେଲପର ଓ କିଛି ଯାତ୍ରୀ ବସ୍ ବାହାରେ ଛିଡ଼ା ହୋଇଥିଲେ। ଉକ୍ତ ସମୟରେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଏକ ଟ୍ରକ୍ ପଛରୁ ବସ୍କୁ ପିଟିଥିଲା। ଫଳରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।
ଅନ୍ୟପଟେ ଘଟଣାର ତୁରନ୍ତ ଖବର ପାଇ ପୋଲିସ୍ ଟିମ୍, ଅଗ୍ନିଶମ ବାହିନୀ ଓ ହାଇୱେ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆନନ୍ଦ ଅଗ୍ନିଶମ ବାହୀନି ଏବଂ ସ୍ଥାନୀୟ ପୋଲିସ ସମେତ ତୁରନ୍ତ ଜରୁରୀକାଳୀନ ସେବା ଯୋଗାଇ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଅନ୍ୟ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଉ ୩ ଯାତ୍ରୀ ଆଖି ବୁଜିଥିଲେ। ଏହି ଦୁର୍ଘଟଣାରେ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed.