Latest Odisha News

BREAKING NEWS

ରୋଜଗାର ପାଇଁ ମୋଦୀ ସରକାରର ବଡ଼ ଯୋଜନା, ଜାଣନ୍ତୁ କିଏ ପାଇପାରିବେ ଲାଭ?

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା, ରୋଜଗାର ଏବଂ ଦକ୍ଷତା ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରି କହିଛନ୍ତି ଯେ ଚଳିତ ବର୍ଷ ବଜେଟ ପାଇଁ ୪ଟି ପ୍ରମୁଖ ବିଷୟ ବସ୍ତୁ ମଧ୍ୟରୁ ଗୋଟିଏ ହେଉଛି ଦକ୍ଷତା।

୫ ବର୍ଷ ମଧ୍ୟରେ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରିବା ପାଇଁ ରାଜ୍ୟ ସରକାର ଓ ଶିଳ୍ପର ମିଳିତ ସହଯୋଗରେ ଅର୍ଥମନ୍ତ୍ରୀ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ୧୦୦୦ ଆଇଟିଆଇକୁ ହବ୍ ଆଣ୍ଡ ସ୍ପୋକ୍ ବ୍ୟବସ୍ଥାରେ ଉନ୍ନତ କରାଯିବ।

ଆଦର୍ଶ ଦକ୍ଷତା ଋଣ ଯୋଜନାରେ ସଂଶୋଧନ ଦ୍ୱାରା ପ୍ରତିବର୍ଷ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ଯାହା କି ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ପାଣ୍ଠିରୁ ଗ୍ୟାରେଣ୍ଟି ସହିତ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବ। ଘରୋଇ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଆର୍ଥିକ ସହାୟତା ମିଳିପାରିବ। ଏଥିପାଇଁ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଇ-ଭାଉଚର୍ ମିଳିବ ଏବଂ ବାର୍ଷିକ ଋଣ ରାଶିର ୩ ପ୍ରତିଶତ ସୁଧ ରିହାତି ମିଳିବ।

ଡେଲୋଇଟ୍ ଇଣ୍ଡିଆର ପାର୍ଟନର ସାହିଲ ଗୁପ୍ତା କହିଛନ୍ତି, “ଶିକ୍ଷା ଏବଂ ଦକ୍ଷତା ଋଣ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରକୁ ଆଣିବ, ଏହା ଦ୍ୱାରା ମୋଟ ନାମଲେଖା ଅନୁପାତ ବୃଦ୍ଧି ପାଇବ- ଯାହାକି ୨୦୩୫ ସୁଦ୍ଧା ୫୦ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ପଦକ୍ଷେପ। ଦ୍ୱିତୀୟତଃ, ଏହା ଶିଳ୍ପ ଆବଶ୍ୟକତା ପାଇଁ ପ୍ରାସଙ୍ଗିକ ଦକ୍ଷତା ଥିବା ଯୁବକମାନଙ୍କୁ ପ୍ରସ୍ତୁତ କରିବ ଏବଂ ଆଜି ଏବଂ ଆସନ୍ତାକାଲିର ଉତ୍ପାଦନଶୀଳ ଶ୍ରମଶକ୍ତି ଆବଶ୍ୟକତାକୁ ବଢ଼ାଇବ।

ଇଣ୍ଟର୍ଣ୍ଣସିପ୍ ଉପରେ ଫୋକସ

ଚଳିତ ବର୍ଷର ଭାଷଣରେ ଯୁବବର୍ଗଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ଉପରେ ଫୋକସ୍ କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ୫ ବର୍ଷ ମଧ୍ୟରେ ଭାରତର ଶୀର୍ଷ କଂପାନିଗୁଡ଼ିକ ଦ୍ୱାରା ଦକ୍ଷ ହେବା ପାଇଁ ସରକାର ୧ କୋଟି ଯୁବକଙ୍କୁ ସହାୟତା କରିବାକୁ ଯୋଜନା କରିଛନ୍ତି। ୧୨ ମାସ ପର୍ଯ୍ୟନ୍ତ ସରକାର ଏହି ଇଣ୍ଟର୍ଣ୍ଣମାନଙ୍କୁ ମାସିକ ୫,୦୦୦ ଟଙ୍କା ଭତ୍ତା ପ୍ରଦାନ କରିବେ, ଯାହା କି ପୂର୍ଣ୍ଣକାଳୀନ ଛାତ୍ର ନଥିବା ଏବଂ ଯେଉଁମାନେ ଏପର୍ଯ୍ୟନ୍ତ ନିଯୁକ୍ତି ପାଇନାହାଁନ୍ତି ସେମାନଙ୍କ ପାଇଁ ଲାଗୁ ହେବ। ୨୧ରୁ ୨୪ ବର୍ଷ ବୟସର ଯୁବକମାନେ ଆବେଦନ କରିପାରିବେ।

ଇଣ୍ଟର୍ଣ୍ଣସିପ୍ ପାଇଁ ସରକାର ମାସିକ ଭତ୍ତା ବାବଦରେ ୫୪,୦୦୦ ଟଙ୍କା ଏବଂ ଆନୁଷଙ୍ଗିକ ଭତ୍ତା ବାବଦରେ ୬,୦୦୦ ଟଙ୍କା ଅନୁଦାନ ଆବଣ୍ଟନ କରିବେ। କମ୍ପାନୀ ସିଏସଆର ପାଣ୍ଠିରୁ ମାସିକ ଭତ୍ତା ବାବଦରେ ୬,୦୦୦ ଟଙ୍କା ଆବଣ୍ଟନ କରିପାରିବ; ପ୍ରଶିକ୍ଷଣ ଖର୍ଚ୍ଚ କମ୍ପାନୀ ବହନ କରିବ।

ଅନଲାଇନ୍ ପୋର୍ଟାଲ୍ ଜରିଆରେ ଆବେଦନ କରାଯିବ ଏବଂ କମ୍ପାନିଗୁଡ଼ିକର ଅଂଶଗ୍ରହଣ ସ୍ୱେଚ୍ଛାକୃତ। କମ୍ ନିଯୁକ୍ତି ଯୋଗ୍ୟତା ଥିବା ବ୍ୟକ୍ତିଙ୍କ ଉପରେ ଗୁରୁତ୍ୱ ଦେଇ କଂପାନିଗୁଡ଼ିକ ଉଦ୍ଦେଶ୍ୟମୂଳକ ମାନଦଣ୍ଡ ଆଧାରରେ ପ୍ରାର୍ଥୀ ଚୟନ କରିପାରିବେ।

Comments are closed.