Latest Odisha News

ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟରରେ ଅଘଟଣ, ଆଉ ୫ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଓଲ୍ଡ ରାଜିନ୍ଦର ନଗରରେ ଥିବା ସ୍ଥିତ RAU’S IAS କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଆଉ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଏହାକୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୋଚିଂ ସେଣ୍ଟରର ମାଲିକ, ଥର ଗାଡି ଚଳାଇ କୋଚିଂ ସେଣ୍ଟରର ଗେଟ୍‌ ଭାଙ୍ଗିଥିବା ବ୍ୟକ୍ତି ମଧ୍ଯ ସାମିଲ ରହିଛନ୍ତି।

ଅପରପକ୍ଷେ କୋଚିଂ ସେଣ୍ଟର ଆଖପାଖର ଜବରଦଖଲ ଉଚ୍ଛେଦ କରିବା ପାଇଁ ଘଟଣାସ୍ଥଳରେ ୫ଟି ବୁଲଡୋଜର ପହଞ୍ଚିଛି।

Comments are closed.