Latest Odisha News

BREAKING NEWS

ରାଜ୍ୟରେ ରହିଛି ପ୍ରାୟ ୭୧୯ଟି ବେଆଇନ ଆପାର୍ଟମେଣ୍ଟ

ଭୁବନେଶ୍ୱର: ବିଧାନସଭାର ସପ୍ତମ ଦିନର ପ୍ରଶ୍ନ କାଳ ସମୟରେ ରାଜ୍ୟରେ ବିଭିନ୍ନ ସହରରେ ବେଆଇ ଆପାର୍ଟମେଣ୍ଟ ସଂଖ୍ୟା କେତେ, ଆଇନ ସମ୍ମତ ନଥାଇ ଏହି ଆପାର୍ଟମେଣ୍ଟ ନିର୍ମାଣ କରାଯାଇଥିବାରୁ ସମ୍ପୃକ୍ତ ବିଲଡରମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠଆନ ଗ୍ରହଣ କରାଯାଇଛିକି ନାହିଁ ବୋଲି ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି l

ଏହାର ଉତ୍ତରରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ରାଜ୍ୟର ରାଜଧାନୀ ଭୁବନେଶ୍ୱର ସହ ଅନ୍ୟାନ୍ୟ ସହର ମାନଙ୍କରେ ୭୧୯ଟି ମାମଲା ବେଆଇନ କୋଠାବାଡି ବିରୋଧରେ ଦାଖଲ ହୋଇଛି । ସେଥିରୁ ୬୮୯ଟି ମାମଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧିନରେ ଦାୟର ହୋଇଛି । ଏଥିସହ ବେଆଇନ କୋଠାବାଡି ନିର୍ମାଣ କରୁଥିବା ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା ମାନଙ୍କ ବିରୋଧରେ ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ ୧୯୮୨ର ଧାରା ୯୦, ୯୧, ୯୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଇନଗତ ବ୍ୟବସ୍ଥା ରହିଛି ବୋଲି ବିଧାନସଭାରେ କହିଛନ୍ତି ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର l

Comments are closed.