Latest Odisha News

BREAKING NEWS

ମହାନଦୀରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ, ଆତଙ୍କିତ ଲୋକେ

କଟକ: କଟକ ମୁଣ୍ଡଳିରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ । ଫଳରେ ମହାନଦୀ ସହ ଅନ୍ୟ ଶାଖା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବାଲେଶ୍ୱର ମାଥାନୀଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବରମୂଳଠାରେ ଏହା ସ୍ଥିର ରହିଛି । ତେବେ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ସେଭଳି କୌଣସି ସୂଚନା ନାହିଁ l କାରଣ ହୀରାକୁଦରେ ଜଳସ୍ତର କମୁଛି ଏବଂ ମୁଣ୍ଡଳୀରେ ପାଣି ରାଇଜିଂ ଟ୍ରେଣ୍ଡରେ ରହିଛି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।

ସୂଚନା ଅନୁସାରେ, ମୁଣ୍ଡଳୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପହଁଚିଥିବା ବେଳେ ଧୀରେଧୀରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଛି l ବର୍ତ୍ତମାନ ମୁଣ୍ଡଳୀ ଠାରେ ୧ ଲକ୍ଷ ୯୦ ହଜାର ୧୩୨ ଘନପୁଟୁ ବନ୍ୟା ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀର ଉପର ଭାଗରେ ଜଳସ୍ତର ୮୨.୪୦ ତଳ ଭାଗରେ ୭୮.୬୦ ରହିଥିବା ବେଳେ ବିପଦ ସଙ୍କେତ ତଳେ ରହିଛି ବନ୍ୟା ଜଳ ।

ଅନ୍ୟପଟେ ମହାନଦୀ ଫୁଲୁ ଥିବାରୁ ତଳିଆ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ମହାନଦୀ ଅବବାହିକାରେ ସମ୍ବଲପୁର, ସୋନପୁର, ନୟାଗଡ, ପୁରୀ, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଆସୁଥିବାରୁ ଏସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଏସଆରସି ମଧ୍ୟ ଆଲର୍ଟ ରହିଛନ୍ତି। ମହାନଦୀକୁ ନ ଯିବାକୁ ଏବଂ ଗୃହପାଳିତ ପଶୁଙ୍କୁ ନଦୀ ପାଖକୁ ନ ଛାଡିବାକୁ କୁହାଯାଇଛି ।

Comments are closed.