Latest Odisha News

BREAKING NEWS

ବାତ୍ୟା ବୁଲବୁଲର ପ୍ରଭାବ; ସାମାନ୍ୟ ପବନ ସହିତ ବର୍ଷା ଆରମ୍ଭ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲବୁଲର ପ୍ରଭାବ ଆଜି ଓଡ଼ିଶାରେ ଅନୁଭୂତ ହୋଇଛି । ଏହି ବାତ୍ୟା ଯେତିକି ପାଖେଇ ଆସୁଛି ସେତିକି ମାତ୍ରାରେ ଏହାର ପ୍ରଭାବ ଅନୁଭବ କରିହେଉଛି । ଏହାର ପ୍ରଭାବରେ ଜଗତସିଂହପୁର ଜିଲ୍ଲାର କେତେକ ଉପପୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସହିତ ସାମାନ୍ୟ ଧରଣର ପବନ ଆରମ୍ଭ ହୋଇଛି ।

ବାତ୍ୟା ବୁଲବୁଲ୍ ପ୍ରଭାବରେ ଶୁକ୍ରବାର ଭୋର୍ ସମୟରୁ ପାରାଦ୍ୱୀପ ଏବଂ ଜଗତସିଂହପୁରରେ ଲଗାତର ବର୍ଷା ହେବା ସହିତ ସ୍ୱଳ୍ପ ବେଗରେ ପବନ ବହିବା ଆରମ୍ଭ କରିଛି ।

ଅନ୍ୟ ଯେଉଁସବୁ ଉପକୂଳବର୍ତ୍ତୀ ଜିଲ୍ଲାର ଅଧିକାଂଶ ସ୍ଥନରେ ପାଗ କୋହଲା ରହିଛି ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଏବଂ କଟକ ଜିଲ୍ଲା ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ବୁଲବୁଲ୍ ଉତ୍ତର-ଉତ୍ତର-ପୂର୍ବ ଦିଗ ହୋଇ ଗତି କରିବାର ସମ୍ଭାବନା ରହିଛି । ଏହି ବାତ୍ୟା ଓଡ଼ିଶାର ସ୍ଥଳପଥ ଛୁଇଁବାର ସମ୍ଭାବନା ନାହିଁ ବୋଲି ଆଇଏମଡ଼ି ପକ୍ଷରୁ ଗୁରୁବାର ଦିନ ସୂଚନା ପ୍ରଦାନ କରାଯାଇଛି । ଏହା ୧୦ ତାରିଖ ବେଳକୁ ଓଡ଼ିଶା ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମୁହାଁ ହୋଇ ଗତି କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିଲେ ମଧ୍ୟ ଓଡ଼ିଶାରେ ସର୍ବାଧିକ ଘଣ୍ଟାପ୍ରତି ୮୦ କିଲୋମିଟର ବେଗରେ ପବନ ବହିବା ସହିତ ୮, ୯ ଏବଂ ୧୦ ତାରିଖ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

Leave A Reply

Your email address will not be published.