Latest Odisha News

ବିମାନ ବନ୍ଦରରେ ଲହଡି ଭାଙ୍ଗୁଛି ବନ୍ୟା ପାଣି

କୋଲକାତା: ଗତ କିଛି ଦିନ ଧରି ଦେଶର ବିଭିନ୍ନ ଅଂଶରେ ଲଗାଣ ବର୍ଷା ଜାରି ରହିଛି l କେଉଁଠି ଭୂସ୍ଖଳନର ଦୃଶ୍ୟ ଆସୁଛି ତ କେଉଁଠି ବନ୍ୟା l ବର୍ଷାରେ ଉବୁଟୁବୁ ହେଉଛି ଦେଶର ଅଧିକାଂଶ ରାଜ୍ୟ l ଏହାରି ଭିତରେ ସାମ୍ନାକୁ ଆସିଛି କୋଲକାତା ବିମାନବନ୍ଦରର ଦୃଶ୍ୟ l ବିମାନ ବନ୍ଦରରେ ଲହଡି ଭାଙ୍ଗୁଛି ବନ୍ୟା ପାଣି l

ସୂଚନା ଅନୁସାରେ, ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଲାଗିରହିଥିବାରୁ ବିମାନ ଯାତ୍ରା ପ୍ରଭାବିତ ହୋଇଛି l ତେବେ ଆଜି ସକାଳୁ ପ୍ରବଳ ବର୍ଷା କାରଣରୁ କୋଲକାତା ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦରର ରନୱେରେ ପାଣି ଲହଡି ଭାଙ୍ଗିଥିଲା l ଯେଉଁଥିପାଇଁ ରନୱେରେ ବିମାନ ଲ୍ୟାଣ୍ଡିଂ ଓ ଟେକ ଅଫ୍ ବନ୍ଦ ରହିଛି । ବିମାନବନ୍ଦରରେ ପାଣି ପଶିବା ଫଳରେ ଏୟାରଇଣ୍ଡିଆ, ଇଣ୍ଡିଗୋ, ଭିସ୍ତାରା ଓ ସ୍ପାଇସଜେଟ୍ ବିମାନ ଟେକ ଅଫ କରିପାରିନି । ବିମାନ ଉଡାଣ ନ ହେବା ଯୋଗୁ ଅନେକ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।

Comments are closed.