Latest Odisha News

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍

ନୂଆଦିଲ୍ଲୀ: କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ଭିନେଶ। ଭିନେଶ ଫୋଗେଟ୍ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେ ଦେଶବାସୀଙ୍କ ନିକଟରେ ଋଣି ହୋଇ ରହିବି। ବିଦାୟ କୁସ୍ତି।

ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ କୁସ୍ତିକୁ ବିଦାୟ ଦେବା ବେଳେ ଏକ୍ସ ମାଧ୍ୟମରେ ତାଙ୍କ ମା’ଙ୍କୁ କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି ଯେ ମାଆ କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା, ମୁଁ ହାରିଗଲି। କ୍ଷମା କର। ତୁମର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗି ଯାଇଛି। ମୋର ଏହାଠାରୁ ଅଧିକ ଶକ୍ତି ନାହିଁ। ୨୦୦୧- ୨୦୨୪ର କୁସ୍ତି କ୍ୟାରିୟରକୁ ବାଏ ବାଏ କଲେ ଭିନେଶ।

ଭିନେଶ ଫୋଗାଟଙ୍କ ଟ୍ୱିଟରୁ ଏହା ସ୍ପଷ୍ଟ ହୋଇଛି ଯେ ପ୍ୟାରିସ ଅଲିମ୍ପିକ୍ସରେ ତାଙ୍କ ସହ ଯାହା ଘଟିଛି ସେ ଅତ୍ୟନ୍ତ ଦୁଃଖିତ। ଏବଂ ଏହାର ଫଳ ସ୍ୱରୂପ ସେ ସନ୍ନ୍ୟାସ ଘୋଷଣା କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ଉତ୍କୃଷ୍ଟ କୁସ୍ତି ପ୍ରଦର୍ଶନ କରି ମହିଳା ୫୦ କିଲୋଗ୍ରାମ ବର୍ଗର ଫାଇନାଲରେ ଭିନେଶ ତାଙ୍କ ସ୍ଥାନ ସୁରକ୍ଷିତ କରିଥିଲେ। ସେ ଅଲିମ୍ପିକ୍ ଫାଇନାଲରେ ଖେଳିଥିବା ପ୍ରଥମ ଭାରତୀୟ ମହିଳା ରେସଲର ହୋଇଥିଲେ। କିନ୍ତୁ, ଫାଇନାଲ୍ର ମ୍ୟାଚର କିଛି ଘଣ୍ଟା ପୂର୍ବରୁ, ସେ ଅଧିକ ଓଜନ ଥିବା ଅଭିଯୋଗ ହୋଇଥିଲା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

Comments are closed.