Latest Odisha News

ମଦକୁ ନେଇ ବଡ ବୟାନ ଦେଲେ ମନ୍ତ୍ରୀ…..

ଭୁବନେଶ୍ବର: ବିଜେପି ଶାସନ ଅଧିନରେ ଓଡିଶା ଆସିବା ପରେ ଗୋଟିଏ ପ୍ରସଙ୍ଗ ବେଶ୍ ଚର୍ଚ୍ଚା ଧରିଥିଲା ତାହା ହେଲା ନିଶାମୁକ୍ତ ଓଡିଶା । କାରଣ ପୁର୍ବରୁ ମଧ୍ୟ ଦେଖାଦେଇଛି ଯେ ବିଜେପି ରାଜ୍ୟ ମାନଙ୍କରେ ମଦକୁ ବ୍ୟାନ୍ କରାଯାଇଛି । ଯାହାକୁ ନେଇ ଅନେକ ମନ୍ତବ୍ୟ ମଧ୍ୟ ପ୍ରକାଶ ପାଇଥିଲା । ଏନେଇ ମନ୍ତ୍ରୀ ବି ଆଲୋଚନା ଚାଲିଛି ବୋଲି କହିଥିଲେ । ହେଲେ ହଠାତ୍ ମଦ ବନ୍ଦ କରାଯାଇପାରିବ ନାହିଁ ବୋଲି ସୂଚନା ଦେଇଥିଲେ ବିଭାଗୀୟ ମନ୍ତ୍ରୀ । କାରଣ ରାଜ୍ୟରେ ମଦ ବେପାର ରାଜ୍ୟ ରାଜସ୍ବକୁ ପ୍ରାୟ ୬ ହଜାର କୋଟିରୁ ଅଧିକ ଲାଭ ଦେଇଥାଏ । ଯାହା ବ୍ୟାନ ହେବା ଦ୍ବାରା ଓଡିଶା ବଡ କ୍ଷତି ସହିପାରେ ।

ତେବେ ଏହାରି ଭିତରେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥିରାଜ ଚୌହାନ । ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ ବୋଲି ରୋକ ଠୋକ ଶୁଣାଇ ଦେଇଛନ୍ତି ମନ୍ତ୍ରୀ । ମଦ ବନ୍ଦ ନକରାଯାଇ ଚୋରା ମଦ ଉପରେ ନିୟନ୍ତ୍ରଣ କରାଯିବ । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଉ ନୂଆ ମଦ ଦୋକାନ ନଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଚୋରା ମଦ ବିକ୍ରି ବନ୍ଦ କରାଯିବାକୁ ପଦକ୍ଷେପ ନିଆଯାଉଛି । ଏହାସହିତ ଯେଉଁ ମଦନୀତି ଥିଲା, ତାହାକୁ ସାବଲୀଳ କରାଯିବ । ନୂଆ ମଦ ନୀତିରେ ଓଡ଼ିଶାରେ ଚୋରା ମଦ ସଂପୂର୍ଣ୍ଣ ବନ୍ଦ ହେବା ଭଳି ନିୟମ ଅଣାଯିବା ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.