Latest Odisha News

BREAKING NEWS

ଚନ୍ଦ୍ରପୃଷ୍ଠରେ ଆଜି ବି ଅଛି ଏହି ପରିବାର ଲୋକଙ୍କ ଫଟୋ, ଅତି ରୋଚକମୟ ଏହି କାହାଣୀ

ଭୁବନେଶ୍ଵର: ଚନ୍ଦ୍ରପୃଷ୍ଟକୁ ଯିବାକୁ କାହାର ବା ଇଚ୍ଛା ନଥାଏ । ଚନ୍ଦ୍ରପୃଷ୍ଟରେ ପହଞ୍ଚିବାକୁ ପ୍ରାୟ ସମସ୍ତଙ୍କର ସ୍ୱପ୍ନ । କିନ୍ତୁ ସେଠି ପହଞ୍ଚିବା ଏତେ ସହଜ ବି ନୁହେଁ । କିନ୍ତୁ ଆପଣ ଜାଣନ୍ତି ଏପରି ଏକ ପରିବାର ଅଛି ଯେଉଁ ପରିବାରର ସମସ୍ତ ସଦସ୍ୟ ଚନ୍ଦ୍ରପୃଷ୍ଟରେ ପହଞ୍ଚିଛନ୍ତି । ଏପରିକି ଚନ୍ଦ୍ରପୃଷ୍ଟରେ ପହଞ୍ଚି ସେମାନେ ଫଟୋ ମଧ୍ୟ ଉଠାଇଛନ୍ତି । ଏହି ପରିବାର ହେଉଛନ୍ତି ମହାକାଶଚାରୀ ଚାର୍ଲି ଡ୍ୟୁକଙ୍କ ପରିବାର । ତେବେ ତାଙ୍କର ମହାକାଶର ଯାତ୍ରା ଏବଂ ଚନ୍ଦ୍ରପୃଷ୍ଟରେ ପହଞ୍ଚିବାର କାହାଣୀ ଅତ୍ୟନ୍ତ ରୋଚକମୟ । ଆସନ୍ତୁ ଜାଣିବା ତାଙ୍କର ସେହି ରୋଚକମୟ କାହାଣୀ ବିଷୟରେ…

୩୬ ବର୍ଷ ବୟସରେ ଚାର୍ଲି ଡ୍ୟୁକ୍ ଆପୋଲୋ ୧୬ ମିଶନ୍ ମାଧ୍ୟମରେ  ୧୯୭୨ ମସିହା ଏପ୍ରିଲ୍ ୨୦ ରେ ପ୍ରଥମଥର ପାଇଁ ଚନ୍ଦ୍ରରେ ପାଦ ରଖିଥିଲେ ।  ଚନ୍ଦ୍ର ପୃଷ୍ଟରେ ପହଞ୍ଚିବାରେ ସବୁଠାରୁ କନିଷ୍ଠ ବ୍ୟକ୍ତି ଥିଲେ ଚାର୍ଲ ଡ୍ୟୁକ୍ । ଏହା କେବଳ ତାଙ୍କର ସଫଳତା ନଥିଲା ବରଂ ସେ ଥିଲେ ଦୁନିଆ ପ୍ରଥମ ବ୍ୟକ୍ତି ଯିଏକି ନିଜ ପରିବାର ସମସ୍ତ ସଦସ୍ୟଙ୍କୁ ଚନ୍ଦ୍ରପୃଷ୍ଟକୁ ନେଇଥିଲେ । ଯେତେବେଳେ ଚାର୍ଲି ଚନ୍ଦ୍ରକୁ ଯାଇଥିଲେ, ସେତେବେଳେ ସେ ତାଙ୍କ ପରିବାର ଲୋକଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ଯାହା ଆଜି ବି ଚନ୍ଦ୍ର ପୃଷ୍ଠରେ ଅଛି ।  ଏହି ଫଟୋ ପଛରେ ଚାର୍ଲି ନିଜେ ଲେଖିଥିଲେ ଯେ ଏହି ଫଟୋ ମହାକାଶଚାରୀ ଚାର୍ଲି ଡ୍ୟୁକଙ୍କ ପରିବାର ଲୋକଙ୍କର ଅଟେ ।

ଚାର୍ଲିଙ୍କର ସର୍ବଦା ସ୍ଵପ୍ନ ଥିଲା ଯେ ସେ ତାଙ୍କ ପରିବାର ଲୋକଙ୍କ ସହ ଚନ୍ଦ୍ର ପୃଷ୍ଟକୁ ଯାଇ ସେଠାରେ ଏକ ଫଟୋ ଉଠାଇ ଛାଡିବେ । ଚନ୍ଦ୍ରରେ ଥିବା ଚାର୍ଲିଙ୍କ ପରିବାରର ଏହି ଫଟୋରେ ଚାର୍ଲିଙ୍କ ବାମ ପାର୍ଶ୍ଵରେ ତାଙ୍କ ୭ ବର୍ଷର ବଡ଼ ପୁଅ, ଡାହାଣ ପାର୍ଶ୍ଵରେ ୫ ବର୍ଷର ସାନ ପୁଅ ଏବଂ ପାଖରେ ତାଙ୍କ ମଧ୍ୟ ଅଛନ୍ତି । ଇତି ମଧ୍ୟରେ ୫୦ ବର୍ଷରୁ ଅଧିକ ଦିନ ବିତିଗଲାଣି । ଆପୋଲୋ ମିଶନ ସମୟରେ ଟ୍ରେନିଂ ପାଇଁ ଡ୍ୟୁକ୍ ତାଙ୍କ ପରିବାରଠାରୁ ଅନେକ ସମୟ ଦୂରରେ ରହିଥିଲେ । ସେତେବେଳେ ତାଙ୍କ ପିଲାମାନେ ମଧ୍ୟ ତାଙ୍କ କାର୍ଯ୍ୟକୁ ନେଇ ବହୁତ ଉତ୍ସାହିତ ଥିଲେ । ଏହି ମିଶନ ବିଷୟରେ ତାଙ୍କ ପିଲାମାନେ ତାଙ୍କୁ ଅନେକ ପ୍ରଶ୍ନ ମଧ୍ୟ ପଚାରୁଥିଲେ । ସେହି ସମୟରେ ହିଁ ଡ୍ୟୁକଙ୍କ ମନକୁ ପିଲାମାନଙ୍କୁ ନେଇ ଚନ୍ଦ୍ରପୃଷ୍ଟକୁ ଯାଇ ଫଟୋ ଉଠାଇବାର ଧାରଣା ଆସିଥିଲା ।

Comments are closed.