Latest Odisha News

‘ହର୍ ଘର୍ ତିରଙ୍ଗା ଅଭିଯାନ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନଠାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ କରାଯାଇଥିବା ଏହି ଅଭିଯାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ସାମିଲ ହୋଇଛନ୍ତି । ଏହି କ୍ରମରେ, ଆଜି ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ର କାନ୍‌ଭାସ୍‌ରେ ‘ଜୟ ହିନ୍ଦ୍’ ନାରା ସହ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିଥିଲେ। ଏହା ସହିତ ଜାତୀୟ ପତାକାକୁ ଲହରାଇ ସମ୍ମାନ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଆମ ଜାତୀୟ ପତାକା ଆମ ପାଇଁ ବହୁ ସମ୍ମାନ ଓ ଗୌରବର ବିଷୟ। ପ୍ରତ୍ୟେକ ଦେଶବାସୀଙ୍କୁ ଜାତୀୟ ପତାକାର ମହତ୍ୱ ବିଷୟରେ ସଚେତନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ  ଆହ୍ୱାନ କ୍ରମେ, ଏହି ଅଭିଯାନରେ ପ୍ରତ୍ୟେକ ଓଡିଶାବାସୀ ଆଗଭର ହୋଇ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

 

Comments are closed.