Latest Odisha News

BREAKING NEWS

ଆତ୍ମହତ୍ଯା ପୂର୍ବରୁ ଶେଷ ସେଲ୍ଫି ନେବା ପରେ ଗଙ୍ଗାକୁ ଡେଇଁପଡିଲେ… 

ହରିଦ୍ୱାର: ଉତ୍ତରପ୍ରଦେଶର ଶାହାରନପୁରରୁ ଜଣେ ଋଣଗ୍ରସ୍ତ ବ୍ୟବସାୟୀ ଏବଂ ତାଙ୍କ ପତ୍ନୀ ସୋମବାର ହରିଦ୍ୱାରର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ଏହି ଦମ୍ପତି ହେଲେ ଉତ୍ତରପ୍ରଦେଶ ଶାହାରନପୁର ନିବାସୀ ସୌରଭ ବବ୍ବର ଓ ମୌନା ବବ୍ବର। ପୋଲିସ୍ ଗଙ୍ଗା ନଦୀରୁ ସୌରଭଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ମୌନାଙ୍କ ପତ୍ତା ମିଳି ପାରି ନାହିଁ।

ସୂଚନା ଅନୁଯାୟୀ, ଆତ୍ମହତ୍ଯା ପୂର୍ବର ଶେଷ ସେଲ୍ଫି ନେଇଥିଲେ ଉଭୟ। ଏହାକୁ ନିଜ ଅଳଙ୍କାର ଦୋକାନରେ ଥିବା ଜଣେ କର୍ମଚାରୀଙ୍କ ନିକଟକୁ ପଠାଇଥିଲେ ଏବଂ ସେଲ୍ଫିକୁ ତାଙ୍କ ସମ୍ପର୍କୀୟଙ୍କ ସହ ସେୟାର କରିବାକୁ କହିଥିଲେ। ଉଭୟେ ବାଇକ୍ ଯୋଗେ ପ୍ରାୟ ୧୦୦ କିଲୋମିଟର ଦୂରତା ଅତିକ୍ରମ କରି ହରିଦ୍ୱାରରେ ପହଞ୍ଚିଥିଲେ। ଆଉ ଯେଉଁଠାରେ ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ।

ତେବେ ଆତ୍ମହତ୍ୟା ପୂର୍ବରୁ ଏହି ଦମ୍ପତି ଏକ ଚିଠି ଛାଡ଼ିଯାଇଛନ୍ତି, ଯେଉଁଥିରେ ଋଣ ବୋଝ ବଢିଯିବା ଏବଂ କରଜ ସୁଝି ନପାରିବା ଯୋଗୁ ସେମାନେ ଆତ୍ମହତ୍ୟା କରିଛନ୍ତି। ଦମ୍ପତିଙ୍କର ଦୁଇଟି ସନ୍ତାନ ଥିବା ଜଣାପଡିଛି।

 

Comments are closed.