Latest Odisha News

BREAKING NEWS

ପୁଣି ଜଣେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଉତ୍ତରାଖଣ୍ଡରୁ ଆସିଲା ଆଉ ଏକ ଘଟଣା  

ଉତ୍ତରାଖଣ୍ଡ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ହରତାଳ ଜାରି ରହିଛି l ସବୁଠି ପ୍ରତିବାଦର ଚିତ୍ର ଦେଖିବାକୁ ମିଳୁଛି l ଏହାରି ଭିତରେ ଉତ୍ତରାଖଣ୍ଡରୁ ପୁଣି ଏକ ଘଟଣା ସାମ୍ନାକୁ ଆସିଛି l ଜଣେ ନର୍ସଙ୍କୁ ଅପରଣ କରି ଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇଛି।

ସୂଚନା ଅନୁସାରେ, ଉତ୍ତରାଖଣ୍ଡର ଜଣେ ନର୍ସ ଗତ ଜୁଲାଇ ୩୦ରେ ତାଙ୍କ କାର୍ଯ୍ୟସ୍ଥଳକୁ ଯାଇଥିଲେ l କିନ୍ତୁ ରାତିରେ ଘରକୁ ଆଉ ଫେରିନଥିଲେ ନର୍ସଜଣଙ୍କ l ଏନେଇ ତାଙ୍କ ଝିଅ ଥାନାରେ ଏତଲା ଦେଇଥିଲେ l ନିଖୋଜର ୯ ଦିନ ପରେ ଗତ ଅଗଷ୍ଟ ୮ ତାରିଖରେ ମୃତଦେହ ଠାବ କରିଛି ପୋଲିସ l ପୋଷ୍ଟମୋର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି l ଅଭିଯୁକ୍ତ ଜଣକ ମହିଳାଙ୍କୁ ଅପହରଣ କରିବା ପରେ ତାଙ୍କ ସହ ଦୁଷ୍କର୍ମ କରି ଶେଷରେ ହତ୍ୟା କରିଥିଲେ l ହତ୍ୟାକାଣ୍ଡ ପରେ ମହିଳାଙ୍କ ଫୋନ୍ ସହ ତାଙ୍କ ପାଖରେ ଥିବା ୩,୦୦୦ ଟଙ୍କା ଚୋରି କରି ରାଜସ୍ଥାନ ଚାଲି ଯାଇଥିଲା। ସେହି ଫୋନ୍ ମାଧ୍ୟମରେ ହିଁ ରାଜସ୍ଥାନରୁ ଅଭିଯୁକ୍ତକୁ ଧରିଛି ପୋଲିସ। ତେବେ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶର ଜଣେ ଦିନ ମଜୁରିଆ l ତାଙ୍କ ନାମ ହେଉଛି ଧର୍ମେନ୍ଦ୍ର l

Comments are closed.