Latest Odisha News

ବିଧବା ମହିଳାଙ୍କ ଗଳା କାଟି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

କଟକ: ଜଣେ ବିଧବାଙ୍କ ଗଳା କାଟି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ । ମୃତକ ହେଲେ କଳ୍ପନା ଦାସ ଓ ଅଭିଯୁକ୍ତ ଯୁବକ ହେଲେ କାର୍ତ୍ତିକ ସେଠୀ ।

ତେବେ କିଛି ବର୍ଷ ହେବ ଉକ୍ତ ଯୁବକ ଜଣକ ବିଧବା ମହିଳାଙ୍କ ଘରେ ରହି ତାଙ୍କର ସମସ୍ତ କଥା ବୁଝାଶୁଝା କରୁଥିଲେ । ହେଲେ ଗତ ରାତିରେ ଉକ୍ତ ମହିଳାଙ୍କ ସହ କାର୍ତ୍ତିକଙ୍କର ବଚସା ହୋଇଥିଲା । ପରେ କାର୍ତ୍ତିକ ରାଗିଯାଇ ନିଜର ହିତାହିତ ଜ୍ଞାନ ହଜାଇ ବିଧବା ମହିଳାଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା ।

ପରେ ତିଗିରିଆ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା । ଘଟଣାରେ ପୋଲିସ କାର୍ତ୍ତିକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Comments are closed.