Latest Odisha News

‘ଖୁବ ଶୀଘ୍ର ସ୍ୱତନ୍ତ୍ର ବାଟାଲିୟନ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ’

ପୁରୀ: ଶୁକ୍ରବାର ନୂଆ ପୋଲିସ ଡିଜି ଭାବେ ଦାୟିତ୍ବ ନେବା ପରେ ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଓ୍ବାଇ.ବି ଖୁରାନିଆ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାଲକ୍ଷ୍ମୀ, ମାଆ ବିମଳା ଏବଂ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରିଛନ୍ତି ପୋଲିସ ଡିଜି l

ମହାପ୍ରଭୁଙ୍କ ଦର୍ଶନ ପରେ ଖୁରାନିଆ କହିଛନ୍ତି ଯେ, ମୁଁ ଭାଗ୍ୟଶାଳୀ ବୋଲି ମତେ ପୋଲିସ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି l ମନ୍ଦିର ସୁରକ୍ଷା ସର୍ବପରି l ମନ୍ଦିର ପାଇଁ ଯାହା ସୁରକ୍ଷା ଯୋଗାଇବା କଥା ତାହା ଯୋଗାଇ ଦିଆଯାଇଛି ଆଗକୁ ମଧ୍ୟ ଦିଆଯିବ ଏବଂ ବିଭିନ୍ନ ସମୟ ଏହାକୁ ରିଭିୟୁ କରାଯାଉଛି l ଶ୍ରୀମନ୍ଦିର ସୁରକ୍ଷା ଭାର ଆମ ଉପରେ ଅଛି ଆମେ ଏହାକୁ ସୁଚାର ରୂପେ ତୁଲେଇବୁ ବୋଲି ସେ କହିଛନ୍ତି ।

ଡିଜି ଆହୁରି କହିଛନ୍ତି ଯେ, ସ୍ୱତନ୍ତ୍ର ବାଟାଲିୟନ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ l ଭକ୍ତଙ୍କ ସୁରକ୍ଷା ଓ ଶ୍ରୀମନ୍ଦିର ସୁରକ୍ଷା ପ୍ରାଥମିକତା ରହିବ l ସୁରକ୍ଷା ଉପରେ ସମସ୍ତ କାର୍ଯ୍ୟକୁ ରିଭିୟୁ କରିବି ଯାହା ଆବଶ୍ୟକ ପଦକ୍ଷେପ ତାହା ନିଆଯିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଡିଜିପି ୱାଇ.ବି ଖୁରାନିଆ l

Comments are closed.