Latest Odisha News

ଆକ୍ସନ ମୋଡରେ ଭିଜିଲାନ୍ସ: ଗିରଫ ହେଲେ ଏସିଏସ୍‌ଓ ବାବୁ

କେନ୍ଦ୍ରାପଡା: ଗିରଫ ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ (ଏସିଏସ୍‌ଓ) ପ୍ରଦୀପ କୁମାର ମହାପାତ୍ର । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଆଜି ଗିରଫ କରିଛି ଭିଜିଲାନ୍ସ ।

କେନ୍ଦ୍ରାପଡା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢାଉ କରି ଏକକାଳୀନ ୫  ଟି ସ୍ଥାନରେ ଛାନଭିନ୍ ଆରମ୍ଭ କରିଥିଲା । ଯାଞ୍ଚବେଳେ ପ୍ରଦୀପଙ୍କ ଘରୁ ୧ ଲକ୍ଷ ୨୧ ହଜାର ୫୦୦ ଟଙ୍କା, ୪ ସୁନା ବିସ୍କୁଟ୍‌ ଓ ଗୋଟିଏ ହୀରା ନେକଲେସ୍‌ ସମେତ ୮୫୦ ଗ୍ରାମର ସୁନା ଅଳଙ୍କାର ଏବଂ ଗୋଟିଏ କାର୍‌ (ମାରୁତି ସୁଇଫ୍‌ଟ) ଓ ୨ଟି ଦୁଇ ଚକିଆ ଯାନ ଆଦି ମିଳିଥିବା ବେଳେ ୨କୋଟି ୮୬ ଲକ୍ଷ ଟଙ୍କାର ଜମାରାଶି ଯଥା ପୋଷ୍ଟାଲ ଡିପୋଜିଟ୍‌ ୧ ଲକ୍ଷ ୩୪ ହଜାର ୫୦୫ ଟଙ୍କା, ବ୍ୟାଙ୍କ ଡିପୋଜିଟ୍‌ ୬୯ ଲକ୍ଷ ୯ ହଜାର ୬୯ ଟଙ୍କା ଓ ମ୍ୟୁଚୁଆଲ୍‌ ଫଣ୍ଡରେ ୮୩ ଲକ୍ଷ ଟଙ୍କା। ସେହିପରି ପ୍ରଦୀପଙ୍କ ଭୁବନେଶ୍ୱର ଲିଙ୍ଗିପୁରସ୍ଥିତ ୫,୬୦୦ ବର୍ଗଫୁଟରେ ଥିବା ଦୁଇ ମହଲା କୋଠା, କଟକ କଲ୍ୟାଣୀନଗରସ୍ଥିତ ଏକ କୋଠା ଓ ଭୁବନେଶ୍ୱର ଏବଂ କଟକର ମୁଖ୍ୟ ଅଞ୍ଚଳରେ ୨ଟି ପ୍ଲଟ୍‌ ଠାବ ହୋଇଛି।

କଟକ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ଓ୍ବାରେଣ୍ଟ ଆଧାରରେ ଭିଜିଲାନ୍ସର ୪ଜଣ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଡ୍‌ କମାଣ୍ଡାଣ୍ଟ୍‌, ୫ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଥିଲେ ।

Comments are closed.