Latest Odisha News

ମହାପ୍ରଭୁଙ୍କ ରଥର ଅଂଶ ବିକ୍ରୟ ନେଇ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ପୁରୀ ରଥଯାତ୍ରାରେ ରଥଗୁଡ଼ିକର ଉପାଦାନ ବିକ୍ରୟ ପ୍ରକ୍ରିୟା ସମ୍ପର୍କରେ ସୋମବାର ଦିନ ସବିଶେଷ ସୂଚନା ଦେଇଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ୱେବପେଜର ଲିଙ୍କ ଶେୟାର କରିବା ସହ ରଥର ବିଭିନ୍ନ ଉପାଦାନଗୁଡ଼ିକ ମଧ୍ଯ ଏଥିରେ ପ୍ରଦର୍ଶିତ କରାଯାଇଛି।

ସେ କହିଛନ୍ତି ଯେ, ପ୍ରତ୍ୟେକ ଭକ୍ତ ସର୍ବଦା ମହାପ୍ରଭୁଙ୍କ ଆଶୀର୍ବାଦ ପାଇବାକୁ ଏବଂ ଭଗବାନ ଜଗନ୍ନାଥଙ୍କ ନିକଟତର ହେବାକୁ ବ୍ୟଗ୍ର ହୋଇଥାନ୍ତି।

ବିଗତ କିଛି ବର୍ଷ ଧରି ଭକ୍ତ ଏବଂ ଅନୁଷ୍ଠାନକୁ ରଥର ବିଭିନ୍ନ ଅଂଶ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି।

ଏହି ପ୍ରକ୍ରିୟାରେ ଜଡିତ ହେବା ପାଇଁ ଜଣେ ନିମ୍ନ ଲିଙ୍କରେ ଆବେଦନ କରିପାରିବେ। ଯାହା ପ୍ରଭୁଙ୍କ ମହିମାକୁ ବିସ୍ତାର କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ବୋଲି ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପ୍ରକାଶ କରିଛନ୍ତି।

https://www.shreejagannatha.in/visitor-services-sale-of-chariot-components/

Comments are closed.