Latest Odisha News

BREAKING NEWS

ଛାତ୍ରଛାତ୍ରୀ ମାନଙ୍କ ପାଇଁ ବଡ ଖବର, ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢ଼ାଞ୍ଚା

ଭୁବନେଶ୍ଵର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସେମାନଙ୍କୁ ନୂଆ ଢାଞ୍ଚାରେ ପରୀକ୍ଷା ଦେବାକୁ ପଡ଼ିବ। ୨୦୨୫ ବାର୍ଷିକ +୨ ପରୀକ୍ଷା ପାଇଁ ବଦଳିଛି କୋଶ୍ଚିନ ପ୍ୟାଟର୍ଣ୍ଣ ।

କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର କୋଶ୍ଚିନ ପ୍ୟାଟର୍ଣ୍ଣ ବଦଳିଛି । ୨୦୨୩ରେ ରେଜିଷ୍ଟ୍ରୀ ଓ ୨୦୨୫ରେ ପରୀକ୍ଷା ଦେବାକୁ ଥିବା ପିଲାଙ୍କ ପ୍ରତି ଲାଗୁ ହେବ ଏହି ନିୟମ । ପିଲାଙ୍କୁ ୮୦+୨୦ ଅନୁପାତରେ ଥିଓରୀ-ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ । ନନ୍‌ପ୍ରାକ୍ଟିକାଲ ବିଷୟରେ ୮୦ ଥିଓରୀ, ୨୦ ଇଣ୍ଟରନାଲ୍‌ ପରୀକ୍ଷା ରହିବ । ତେବେ ନନ୍‌ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଫୁଲ୍‌ମାର୍କ ୮୦ ଥିବା ବେଳେ ପାସ୍‌ ମାର୍କ ୨୪ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.